Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Comedy

4.7  

Sisir Panda

Comedy

ଏହା ମୋ ଘରଣୀ କଥା

ଏହା ମୋ ଘରଣୀ କଥା

1 min
180


ଭାରିଯା' କହେ ମୋ, ବୋପା ତା' କୁଆଡ଼େ

ଭାରି ସରଳିଆ ଲୋକ

ମୋ ବାପା ତା'ପାଇଁ ଲୋଭି, ଟାଉଟର

ଲହୁଖିଆ ପାଣିଜୋକ ।

ମାଆ ତା' କୁଆଡ଼େ ବ୍ରହ୍ମାଣ୍ଡ ସୁନ୍ଦରୀ

ତା' ଭଳି ଷୋଡ଼ଶୀ କାହିଁ

ମୋ ମାଆ ଅଟଇ ଖୁଣ୍ଟିଖାଇ ଝିଅ

ଅଖା କି ଗଉଣୀ ନାହିଁ ।

ଭାଇ ତା' କୁଆଡ଼େ ଭାରି ଦୁଃଖି ଟିଏ

ଡାହାଣୀ ଭାଉଜ ଲାଗି

ମୋ ଭାଇ ତା' ପାଇଁ ନିହାତି ବେହିଆ

ସତେକି ପୁରୁଣା ଦାଗୀ ।

ଭଉଣୀ ତାହାର ଭାରି ଭାଗ୍ୟବତୀ

ପାଇଛି ସଫଳ ବର

ମୋହର ଭଉଣୀ ଅଟଇ ଭୂତୁଣୀ

ଭିଣୋଇର ନାହିଁ ଘର ।

ମୋ ପାଖ ପଡ଼ୋଶୀ ବାନ୍ଧବୀ ତାହାର

ଅଟଇ ସବୁଠୁ ସୁଖୀ

ମୋ ହାତ ଧରିକି ହୋଇଛି ସେ କାଳେ

ମେରେଜ ବାସିରୁ ଦୁଃଖୀ ! 

ଏହା ମୋ ଘରଣୀ କଥା

ଏ କଥାକୁ କେହି ଦେହକୁ ନେବନି

ନହେଲେ ପାଇବ ବ୍ୟଥା ।


Rate this content
Log in

Similar oriya poem from Comedy