Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Others

3  

Sisir Panda

Others

କାଉ ଡାକିଦେଲା ସକାଳୁ ଆସି

କାଉ ଡାକିଦେଲା ସକାଳୁ ଆସି

1 min
221



ଶନିବାର ଦିନ ରାତିରେ ଶୋଇଲି

ଡେରିରେ ଉଠିବି ଭାବିକି

ରାତି ପାହୁ ପାହୁ ନିଦ ଭାଙ୍ଗିଦେଲା

କାଉ ଟିଏ ଆସି ରାବିକି ।

ମନ ହେଉଥିଲା ପାଖରେ ପାଇଲେ

ଦେଇକି ତାକୁ ମୁଁ ପାହାରେ

ବୁଝେଇ ଦିଅନ୍ତି ରାବୁଛୁ କିଆଁ ତୁ

ଜଲଦି ଏଠାରୁ ବାହାରେ ।

କିଏ ଡାକେ ତତେ ସକାଳୁ ସକାଳୁ

ସଭିଙ୍କୁ ଦେଉଛୁ ଉଠେଇ

ଏ ଘର ସେ ଘର ଉଡ଼ିକି ରାବୁଛୁ

ସାଙ୍ଗସାଥି ଯେତେ ଜୁଟେଇ !

କେଡ଼େ ମଧୁରିଆ ନିଦ ଭାଙ୍ଗିଦେଲୁ

ଆଉକି ମିଳିବ କହରେ

କାଲିକି ଆସିଲେ ଆଚ୍ଛା କରି ପାନେ

ଦେବି ତତେ ହଉ ରହରେ ।

ମନକଥା ବୋଧେ ବୋଉ ଜାଣିପାରି

କହିଲା ଆସିକି , ଧନରେ....

କାଉ ରାବି ନିଦ ଭାଙ୍ଗି ଦେଲାବୋଲି

ରାଗ ଆଣୁଛୁକି ମନରେ ?

ଅଳସୁଆ ଯେତେ କାଉ ଡାକ ଶୁଣି

ଜାଣିଜାଣି ପୁଣି ଶୁଅନ୍ତି

ପାଠପଢ଼ା ସହ ସବୁ ଜାଗାରେ ସେ

ଜାଣିଥା ପଛୁଆ ହୁଅନ୍ତି ।

ବୋଉ କଥା ଶୁଣି ମନହେଲା ମୋର

କାଉକୁ କହିବି , କାଉରେ .... 

କାନ ମୁଁ ଧରୁଛି , କାଲିକି ଡାକିଲେ

ଶୋଇବିନି କେବେ ଆଉରେ ।


Rate this content
Log in