STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୧

Tragedy

କେତେ ଆଶା

କେତେ ଆଶା

1 min
13.2K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


କେତେ ଆଶା ଚିତ୍ତେ ପୋଷିଥିଲି ସତେ,

ବିଫଳ ହୋଇଛି ରେ ।୦।

ନେତ୍ର ଅଶ୍ରୁ ଧାରା ବହେ ଅବିରଳେ

ସ୍ମରଣ ହୋଇଲେ ସେ କଥା ଏ କାଳେ

ଅକାଳ ଚଡକ ପଡି ଦମ୍ଭ ଯାକ

ମୋହର ଭାଜିଛିରେ ।୧।

ବିଧିର ବିଧାନ ଅଟଇ ମହାନ

ଅଜଣା କାଲିକି କେ ହେବ କଅଣ

କାଲିଥିଲା ଘର ଆଲୋକିତ ଆଜି

ଅନ୍ଧାର ହୋଇଛିରେ ।୨।

କାଲି ଫୁଟା ଫୁଲ ଆଜି ତ ମଳିନ

ହେଉଛି ଦେଖୁଛି ମୋହର ନୟନ

ପ୍ରଫୁଲ୍ଲିତ ମୋର ହୃଦୟ କାଲିର

ତେସନ ହୋଇଛିରେ ।୩।

ନୀରବ ନିଶିଥେ ବସି ଭାବେ କେତେ

ନୟନେ ନାଚେ ସେ ମୂରତି ନିରତେ

ଦେଖି ପାରିବ କି ତାହାକୁ,ନେତ୍ରକୁ

ତିମିର ଘୋଟିଛିରେ ।୪।

ଭାଙ୍ଗିଅଛି ମୋର ପୋଷିଥିବା ଆଶା

ନ ପାରେ ପ୍ରକାଶି ମୋର କ୍ଲେଶ ଭାଷା

ରହୁ ନାହିଁ ଚିତ୍ତ ସ୍ଥିର,ମୋ ଦୁରିତ

ଅମାପ ହୋଇଛିରେ ।୫।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy