STORYMIRROR

Dr Baman Chandra Dixit

Abstract

2  

Dr Baman Chandra Dixit

Abstract

କେଶ ବିନ୍ୟାଶେ କାମିନୀ

କେଶ ବିନ୍ୟାଶେ କାମିନୀ

1 min
180

କରି କରେ କେଶ କେହି କିଶୋରୀ

ଚାଳି ଆନ କର ଆଙ୍ଗୁଳି ଚାରି

ଅସଜଡ଼ା ଜଡ଼ା କେଶ ଗୁଛକୁ

ସଜାଡ଼େ ସରାଗେ ଭିଡ଼େ ପଛକୁ

 ପୀଡ଼ା ଲଭନ୍ତେ କିଞ୍ଚିତ ଯେ

ଲଘୁ ତାଡ଼ନା ସମ୍ମିଳିତ ବେଦନା

 ଆନନୁ ସ୍ୱତଃ ନିଃସୃତ ଯେ


କନକ ପାନିଆଁ ଚାଳେ କେ ସଖି

ସୁଗନ୍ଧ ତଇଳ ତରଳ ମାଖୀ

ଘେନି ସଘନ କୁନ୍ତଳ ସମ୍ଭାର

ବୁଣେ ବେଣୀ ସହଚରି ସତ୍ୱର

କେରୀ କେରୀ ସୁନା ସୁତା ଯେ

ଗଭା ଭାରି ଭରି ଖଞ୍ଜିଲେ ଚତୁରୀ

ବୈଡୁର୍ଯ୍ୟ ମଣୀ ମୁକୁତା ଯେ


ଯତନେ ଖଞ୍ଜିଲେ ମଥାମଣୀ କି

ଜାଜ୍ୱଲ୍ୟ ଝଲକ ଜ୍ୟୋତି ଖଣି କି

ଜକ ଜକ ଜଳେ ପଦକେ ହୀରା,

କଳା ମେଘେ ଚାରୁ ଚାପଳା ପରା

 ଜଡ଼ିତ ମୋତି ପରିଧି ଯେ,

କି ଅବା ଭଣିବା ଶୋଭା ମନଲୋଭା

କେଶ ବିନ୍ୟାଶର ବିଧି ଯେ


ଝିକି ମିକି ଟିକି ଟିକିଲି ଘେନି

ଭୁରୁ ମଧ୍ୟେ ରୋପେ କେହି ତରୁଣୀ

ମରକତ ଟିକି ଟିକି ବିଛେଇ

ନୀଳ ମଣୀ ମଧ୍ୟେ ଦେଇଛି ଥୋଇ

ଏମନ୍ତ ଟୋପା ଟିକିଲି ଯେ,

ଧନ୍ୟ ସେ ସୁନାରୀ ଗଢ଼ିଛି କିପରି

ଚାରୁ ଚିତ୍ରଲେଖା ଭାଳି ଯେ


ନେତ୍ର ଧାରେ ଗାର କଜଳ ଲେଖି

ନିରେଖି ଦେଖେ କେବଣ ସୁମୁଖୀ

ଅଳପ ଲମ୍ବେଇ ରେଖା ଶିଖା କୁ

ଆଲିଙ୍ଗେ ଲୁପ୍ତ ଭୃଳତା ଲେଖା କୁ

କୁରଙ୍ଗୀ ଭଙ୍ଗି ଚାହାଣି ଯେ

ବିନା ଛୁରୀ ବିନା କରତେ କତରେ

ଜୀଗର ଦେବ କି ହାଣି ଯେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract