STORYMIRROR

Jayashree Maharana

Abstract

2  

Jayashree Maharana

Abstract

କେମିତିକା ପାଉ ଶାନ୍ତି

କେମିତିକା ପାଉ ଶାନ୍ତି

1 min
75

ଆଉ ଫେରିବିନି ଜୀବନକୁ ତୋର

ବାରମ୍ବାର ଚେଷ୍ଟା କରି

କାହିଁକି କେଜାଣି କଥା ମୁଁ ରଖେନା

କେଉଁ ଆବେଗକୁ ଭରି


ସ୍ମୃତି ଉଙ୍କିମାରେ ମନ ଅଗଣାରେ

ହୃଦୟରେ ଆଲୋଡନ

ଭୁଲିଯାଏ ସବୁ ପ୍ରତାରଣା ବ୍ୟଥା

ଭାଙ୍ଗିଯାଏ ସବୁ ଟାଣ


ଛଳନାର ବନ୍ଧ ଡେଇଁଯିବୁ ଦିନେ

ପାଇ ମୋର ପ୍ରେମସୁଧା

ଆଶାର ନୀଡ଼ଟେ ପୁଣି ତୋଳିଦିଏ

ସମ୍ପର୍କକୁ ରଖି ବନ୍ଧା


ଜୀବନର ରାହା ଚାଲୁଥିଲି ଏକା

ଥିଲା ନାହିଁ କିଛି ଦୁଃଖ

ଆସିଗଲା ପରେ ଲାଗୁଛି ଯେମିତି

ହଜିଗଲା କାହିଁ ସୁଖ


ତଥାପି ତ କେବେ କରିନି ମୁଁ ଘୃଣା

କରିନାହିଁ କେବେ ନିନ୍ଦା

କାହିଁକି ଖେଳୁଛୁ ପ୍ରୀତି ଖେଳ ସାଥେ

ଜାଳିଦେଇ ମୋତେ ଅଧା


ନୁହେଁ ଆପଣାର ଈର୍ଷା ବୁଝି ମୋର

ନୀରବରେ ଯାଉ ରହି

ଅଭିମାନ ଭାଙ୍ଗି ସ୍ନେହ ଟିକେ ଢାଳି

ଅଧିକାର ଦେଉ ନାହିଁ


ଅନ୍ତରରେ ତୋର ନାହିଁ ପ୍ରୀତି ଝର

ମେଞ୍ଚା ମେଞ୍ଚା ସ୍ୱାର୍ଥ ଭରା

ଉପେକ୍ଷା ତ କେବେ କରିନାହିଁ ସାଥୀ

ଦେଇଅଛି ହାତେ ଧରା


ଅବଦାନ ଏ ତ ପ୍ରେମର ମହତ୍ତ୍ୱ

ମନେ ମନେ ସ୍ଥିର କରି

ନିଜ ଲୁହ ପିଇ ହସୁଅଛି ମୁଖେ

ପ୍ରୀତିସ୍ନିଗ୍ଧ ହୃଦେ ଭରି


ସ୍ୱପ୍ନ ଭରା ମନ ଭାଙ୍ଗିଗଲା ପରେ

ରହିଥିବା ଅବଶୋଷ

ସମୟ ଆସିବ ପଚାରି କାରଣ

କରୁଥିବ ଉପହାସ


ଭାଗ୍ୟ ଦୋଷ ନୁହେଁ ତୋ ମନ କପଟ

ପରିଣାମ ଜାଣେ ସାଥି

ଆଉ କାହା ପାଇଁ ହୃଦୟ ବିସ୍ତାରି

କେମିତିକା ପାଉ ଶାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract