କେଳିକୁଞ୍ଜେ ବନମାଳି
କେଳିକୁଞ୍ଜେ ବନମାଳି
ରହି ରହି କାନେ ପଡି ଯାଉଛି ଲୋ
ମୋହନ ମୂରଲୀ ସ୍ୱନ
ବୃନ୍ଦାବନ କେଳିକୁଞ୍ଜେ ଯିବାପାଇଁ
ଉଚ୍ଚାଟ ହେଲାଣି ମନ ।
ହଟିଆ କାହ୍ନେଇ ହଟ ଲଗେଇଛି
ବଇଁଶୀ ଫୁଙ୍କୁଛି ବସି
ରାସବିହାରୀଙ୍କ ଅପରୂପ ଠାଣି
ଆଖିରେ ଯାଉଛି ଭାସି ।
ଆସ ଆସ ସଖୀ ଯିବା କୁଞ୍ଜବନେ
ଉଛୁର ହେଉଛି ବେଳ
ଖୁସି ହୋଇଯିବା ଦେଖି କେଳିକୁଞ୍ଜେ
ରାଧା ଗୋବିନ୍ଦଙ୍କ ଖେଳ ।
କୁ଼୍ଞ୍ଜବନେ କେଳି କରେ ବନମାଳି
ବୃନ୍ଦାବନ ସାରା ହୁରୀ
ଲଳିତା ବିଶାଖା ଶ୍ରୀରାଧାଙ୍କ ସହ
ନନ୍ଦଲାଲା କରେ କେଳି ।
ଜ୍ୟୋତ୍ସାଲୋକେ ଦେଖ ଦାମୋଦର ରୂପ
ଦିଶୁଛି କି ମନୋହର
ଗୋପୀ ଗୋପାଳୁଣୀ ରାସ କରିବାକୁ
ଛାଡୁଛନ୍ତି ନିଜ ଘର ।
ବଡ ଅପୂର୍ବ ସେ ରାସର ମହାତ୍ମ୍ୟ
ଶ୍ରୀକୃଷ୍ଣ କରନ୍ତି କେଳି
ବିଶ୍ୱ ବିହାରୀ ସେ କମଳ ଲୋଚନ
ନାରାୟଣ ବଂଶୀଧାରୀ ।