STORYMIRROR

Chittaranjan Nanda

Abstract Action

3  

Chittaranjan Nanda

Abstract Action

କେହି ତ ନୁହଁନ୍ତି କାହାର

କେହି ତ ନୁହଁନ୍ତି କାହାର

1 min
149


ସ୍ୱାର୍ଥପର ଅଟେ ଏ ଦୁନିଆଁରେ ଯୁଗେ ଯୁଗେ, 

କେହି ତ ନୁହଁନ୍ତି କାହାର

ବଂଚିବାକୁ ରହିବା ଚେଷ୍ଟା, ଯଶ, କୀର୍ତ୍ତି ଓ 

ସନମାନ ଲୋଡ଼ା ସମସ୍ତଙ୍କର ।୧।


ହେଉ ସେ ଧାର୍ମିକ ଅବା ଆସ୍ତିକ, ମାନବ ତ 

ପଶୁ ସାଜେ ଅତି ସ୍ୱାର୍ଥ ପାଇଁ 

ପଶୁ ପ୍ରବୃତ୍ତିରେ ହୋଇ ବାଟବଣା, ପାପେ ମନ 

ଯାଏ ଛନ୍ଦି, ବିବେକ ହରାଇ ।୨।


ପଇଡ଼ ପାଣି ପରି, ଶୁଦ୍ଧ ବ୍ୟବହାରେ, ମିଠା 

ଲାଗେ ମଣିଷର ବ୍ୟବହାର

ବୃକ୍ଷର ଫଳ ପରି ମିଠା ବଢିଥାଏ ରହିଲେ 

ସରଳତା ମନୁଷ୍ୟର ହୃଦୟ ଭିତର ।୩।


କିଛି ମନୁଷ୍ୟ ସ୍ୱକୀୟ ଉତ୍ତମ ଗୁଣରେ ସେ 

କେବେ ନବାଛନ୍ତି ଆପଣା ପର

ସେହି ଶୁଦ୍ଧ ବ୍ୟବହାରେ, ମନର ସୁନ୍ଦରତାରେ

ବଢ଼ିଆ ବୋଲାନ୍ତି ସାରା ସଂସାର ।୪।


ମୄଦୁଭାସୀ କଥାରେ ମିଠା ଲାଗେ ସିନା ଥିଲେ

ମହାକାଳ ବିଷ ତାର ହୃଦୟରେ

ଦିଶୁଥାନ୍ତି ସୁନ୍ଦର ସରସୀ ସିନା, ପଥ ଭ୍ରଷ୍ଟ କରେ 

ସାରା ପୃଥିବୀକୁ ପାଇବା ଇତିହାସରେ ।୫।


ପାକୃତିକ ପନ୍ଥା ଛାଡି ଅବୁଝା ମଣିଷ ଜାତିଟା

ଚାଲିଛି ସହଜ ଶ୍ରମକାତୁର ପନ୍ଥାରେ

ସେ ଗୁଡକୁ ଆଉ ନ ପାରିବା ଚାଟି ହେ ଭଉଣୀ ଭାଇ 

ନେଡିରୁ ବୋହି ପହଁଚିଲେ କହୁଣିରେ ।୬।


ପରିଚୟ କା'ର ରହିନି ରହି ପାରିବନି, ଶ୍ରମ ଶୋଷଣ 

ଓ ପ୍ରଭୁତ୍ୱ ଜାହିର ପାଇଁ ଅତ୍ୟାଚାର ପନ୍ଥାରେ

ନିଜର ଅମର ଶାଶ୍ୱତ ପରିଚୟ ଫୁଟାଇ ପାରିବା 

ପ୍ରେମ, ପ୍ରୀତି, ଶାନ୍ତି ଗୁଣ ମାଧ୍ୟମରେ ।୭।


ଲୋଭରୁ ବୁଦ୍ଧି ନଷ୍ଟ, ବୁଦ୍ଧି ନଷ୍ଟରୁ ଲଜ୍ଜା ଲୋପ,

ଲଜ୍ଜା ଲୋପରୁ ଧର୍ମ ହୁଏ ନଷ୍ଟ,

ଧର୍ମ ନଷ୍ଟରେ ଶୁଭ ନହୋଇ ମଣିଷ ଅତୃପ୍ତିରେ 

ଗତିକଲେ ପ୍ରତ୍ୟେକ ମୁହୂର୍ତ୍ତ ରହେ ଅଶାନ୍ତ ।୮।


ଅଶାନ୍ତିରେ ରହି ସକଳ ଦୁର୍ନୀତି ଓ ଦୁର୍ଗୁଣକୁ 

ପାଥେୟ କରି କଟାଏ ଜୀବନ

ଡ଼ହଳ ବିକଳ କାଳାତିପାତ ଜୀବନ ଅତି 

ଲୋଭର କାରଣ, ହେ ବନ୍ଧୁଗଣ ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract