କେବେ ପଡିବିନି ନଇଁ
କେବେ ପଡିବିନି ନଇଁ
ଆଗକୁ ଆଗକୁ ଚାଲିଛି ମୁଁ ବାଟ
ହେଲେ ବାଟ ସରୁନାହିଁ
ସ୍ନେହ ମମତାର ପସରା ବାଣ୍ଟୁଛି
ଖାଲି ଟିକେ ଆତ୍ମୀୟତା ପାଇଁ ।
ହାରିବା କେବେ ମୁଁ ଶିଖିନି ଜୀବନେ
ମୁଁ ଜିତିବାକୁ ଭଲ ପାଏ
ମୋ ସ୍ନେହ ବଦଳରେ କେହିଯଦି ମୋତେ
ପ୍ରତାରଣା କରେ ,,,
ସେଥିରେ ମୋ କି ଅବା ଯାଏ ।
ସ୍ୱାଭିମାନ ମୋର ଆଶା ବାଡିଟିଏ
ପାଏ ମୁଁ ସେଥିରୁ ତୃପ୍ତି
ବଞ୍ଚିବାର ସୂକ୍ଷ୍ମ କୌଶଳ ଟିକିଏ
ମୋତେ ଶିଖାଏ ସେ ନିତି ।
ମନଟା ମୋ ପାଇଁ ବିଶାଳ ଆକାଶ
ରୁହେ ମୁଁ ସେଠି ବିଭୋର
ଅହଙ୍କାର କିମ୍ବା ଔଦ୍ଧତ୍ୟ ପଣିଆ
କେବ ଛୁଇଁନି ମନକୁ ମୋର ।
ଛୋଟ ପିଲା ସହ ଛୋଟ ହୋଇଯାଏ
ମନ ଖୋଲି ହୁଏ କଥା
ବନ୍ଧୁଙ୍କ ସାଥିରେ ବାଣ୍ଟେ ସୁଖ ଦୁଃଖ
କୁହେ ମରମ ତଳର ବ୍ୟଥା ।
ପଚାଶ ବସନ୍ତ ଛୁଇଁ ସାରିଲିଣି
ତଥାପି ମୁଁ ଥକି ନାହିଁ
ଚାଲୁଥିବି ସଦା ସତ୍ୟର ପଥରେ
କେବେ ପଡିବିନି ନଇଁ ।