STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କେ ଭାଙ୍ଗିଲା ରୋଷଶାଳା

କେ ଭାଙ୍ଗିଲା ରୋଷଶାଳା

1 min
119

ଜଗନ୍ନାଥ ହେ

କେ ଭାଙ୍ଗିଲା ରୋଷଶାଳା,

ସବୁ ଦେଖି କାହିଁ ରହିଛ ନିରବ

ଏ କି ବା ତୁମର ଲୀଳା। 


ତୁମ୍ଭର ସେ ରୋଷଶାଳା, ଭରିଦିଏ ଜଗତର ଭୋକ

ତୁମ୍ଭ ପେଟ ଗଲେ ପୁରି, ନଥାଏ କା ହୃଦୟରେ ଦକ

କାହିଁକି ଏ ଅଘଟଣ, ଘଟିଗଲା ଅକାରଣ

କୁହ ପ୍ରଭୁ ଜନାର୍ଦ୍ଦନ, ଶ୍ରୀମନ୍ଦିରେ କି କାରଣ

ବୁଡ଼ିବ କି ଭକତ ଭେଳା,

କେ ଭାଙ୍ଗିଲା ରୋଷଶାଳା।


ବହୁ ପ୍ରଶ୍ନ ଅଭିଯୋଗ, ଭକତଙ୍କ ହୃଦୟରେ ଜାଗେ

ତୁମ୍ଭ ଘର ଗଲେ ଭାଙ୍ଗି, ଆମର ବା ଗତି କେଉଁ ଦିଗେ

ଭାବି ଭାବି ସେହି କଥା, ଲାଗେ ହୃଦୟରେ ବ୍ୟଥା

ବଢ଼ିଲାଣି ଆମ ଚିନ୍ତା, ଦେଖି ତୁମ୍ଭ ନୀରବତା

କେଜାଣି ରଚିବ କେଉଁ ଖେଳା,

କେ ଭାଙ୍ଗିଲା ରୋଷଶାଳା।


ଅପରାଧୀ ଯେ ବି ହେଉ, ଆମ୍ଭ ଭିତରୁ ସେ ମଧ୍ୟ ଜଣେ

ଶାସ୍ତି ଦିଅ ସେ ପାପୀକୁ, ଯେ ଏପରି ଦୁଃସାହସ କରେ

ଜାଣେ ତୁମେ ଜାଣ ସବୁ, ଆମେ ତୁଛାଟାରେ ଭାବୁ

ତୁମ୍ଭେ ତ ଜଗତ ପ୍ରଭୁ, ତୁମ୍ଭ ବିନା ଶୁନ୍ୟ ସବୁ

ତୁମ୍ଭେ ଜାଣ ତୁମ୍ଭ ସୃଷ୍ଟି ଲୀଳା

କେ ଭାଙ୍ଗିଲା ରୋଷଶାଳା।।


Rate this content
Log in

Similar oriya poem from Abstract