STORYMIRROR

SUJATA DAS

Comedy

3  

SUJATA DAS

Comedy

କବିଟିଏ ହେବି ବୋଲି

କବିଟିଏ ହେବି ବୋଲି

1 min
215

 ବହୁତ ଦିନରୁ କବି ହେବାପାଇଁ 

  ମନେ ଥିଲା ଭାରି ଆଶା 

 କେମିତି ଲେଖିବି କିସ ବା ଲେଖିବି

  ନଥିଲା ମନରେ ଭାଷା 


 ଯାଇଥିଲି ଦିନେ କବି ସମ୍ମିଳନୀ 

  ଶୁଣିଥିଲି ଗୋଟେ କଥା 

 ନଇପଠା ଧାରେ ଲେଖିଥିଲେ କବି 

  କେତେ ମଧୁର କବିତା 


 ଖାତା କଲମକୁ ଯତନେ ଧରିକି 

  ଅଳକା କୂଳକୁ ଗଲି 

 ଯେତେ ଯାହା ସବୁ ମନକୁ ଆସିଲା 

  ଖାତାରେ ଉତାରି ଦେଲି !


 ସଞ୍ଜ ନଇଁ ଗଲା ଖାତା ସରିଗଲା 

  କବିତାର ନାହିଁ ଦେଖା 

 ମନ ମରିଗଲା  ଭାବ ହଜିଗଲା 

   ହତାସେ ଫେରିଲି ଏକା !


ବାଟ ସାରା ଖାଲି ଭାବୁଥିଲି ମୁଁ 

   କବି କି ପ୍ରକାର ଲୋକ 

 କେମିତି ଲେଖନ୍ତି ଏତେ ସବୁ କଥା 

  ଉଡ଼ିଲାଣି ଭୋକ ଶୋଷ !


କି ଯାଦୁ ଜାଣନ୍ତି କେମିତି ଲେଖନ୍ତି 

  ମରୁଭୂମିରେ ଫୁଟାନ୍ତି ପଦ୍ମ 

 ସମୁଦ୍ର ଆକାଶ ଚଢେଇ ମଣିଷ 

  ନେଇ ଗଢି ଦିଅନ୍ତି ନୂତନ ଛନ୍ଦ!


ଆମ ଗାଁ ମାଷ୍ଟ୍ରେ ବହୁ ବଡ କବି 

  କେତେ ଆଡୁ ଶୁଣିଥିଲି 

 ତାଙ୍କ ପାଶେ ଯାଇ ନୀରିଭୟ ହୋଇ 

  ଦୁଃଖ ମୋର କହିଦେଲି 


 ମାଷ୍ଟ୍ରେ କହିଲେ ଆଣ ସେହି ଖାତା 

  ଯେତିକି ଲେଖିଛ ସବୁ 

ଏପଟ ସେପଟ ପଢାପଢି କରି 

  ହସିଦେଲେ ମୁଚୁ ମୁଚୁ !


ସବୁ ଜୋଡ଼ିଜାଡ଼ି କି ମନ୍ତ୍ର ଫୁଙ୍କିଲେ 

  କବିତାଟେ ଦେଲେ ଗଢି 

କେତେ ମଧୁର ସେ ମନ ମତାଣିଆ 

  ଆଶ୍ଚର୍ଯ୍ୟ ଚକିତ ହେଲି !


ଛାତି ମୋର କୁଣ୍ଢେ ମୋଟା ହୋଇଗଲା 

  ଏତେ ଦିନେ କବି ହେଲି 

ବହୁ ଦିନୁ ଥିବା ପୁରୁଣା ସପନ 

  ସତ ହୋଇଗଲା ବୋଲି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy