STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

କବିତାୟନ-19 ଦୁଃଖ-ଅଭାବ ଭାରି ବଢିଆ

କବିତାୟନ-19 ଦୁଃଖ-ଅଭାବ ଭାରି ବଢିଆ

1 min
152


ଦୁଃଖ ଯନ୍ତ୍ରଣା ଭୋକ ଅଭାବ ଅନେକ ଶିକ୍ଷା ଦିଏ,

ଦୁଃଖୀ ହୃଦୟରେ ଈଶ୍ଵର ବସନ୍ତି ଦୁଃଖ ଦୂର ହେବାଯାଏ |


ଯନ୍ତ୍ରଣାରେ ସିନା ହରିରଖ ଶବ୍ଦ ତୁଣ୍ଡରୁ ବାହାରୁ ଥାଏ,

ଭୋକ ହେଲେ ଜ୍ଞାନମଞ୍ଜି ଅନ୍ନ-ଲକ୍ଷ୍ମୀ ମାତା ଖୋଜିବାକୁ ହୁଏ |


ଅଭାବ କଷଣ ସହିଥାଏ ଯିଏ ମହାଶୟ ହୁଏ ସେହି,

ନିଷ୍ଠା ପରିଶ୍ରମ ବଡ଼କରେ ତାକୁ ଅଭାବ ରହିବ କାହିଁ ?


ହାରି ଯାଇଥିବା ମଣିଷ ଖୋଜଇ ଜିତିବାର କଉଶଳ,

ଡରି ଯାଇଥିବା ପ୍ରାଣୀ ଖୋଜିପାଏ ଧାଇଁ ପଳାଇବା ବଳ |


ଆଶଙ୍କାରେ ଥବା ମଣିଷ ମନରେ ଭରିଯାଏ ଭକ୍ତିଭାବ,

ବିପଦରେ ପଡ଼ି ଜୀବ ବିକଳରେ ଇଷ୍ଟ ନାମ ଜପୁଥିବ |


ଅନ୍ଧାରରେ ଥିବା ମଣିଷ ନିଶ୍ଚୟ ଆଲୋକ ଦିଗ ଖୋଜିବ,

କୁଡ଼ିଆ ଯାହାର ପୋଡ଼ିଯାଏ ସିଏ ପକ୍କାଘର ହିଁ ତୋଳିବ |


ସତର୍କ ନଥିଲେ ଦୁର୍ଘଟଣା ଘଟେ କରିବାକୁ ସଚେତନ,

ବାର୍ଦ୍ଧକ୍ୟ ଆସୁଛି ବୁଝାଇ ଦେବାକୁ ହେଲ ତୁମେ ପରିପୂର୍ଣ୍ଣ |


ରୋଗ ଆସିଥାଏ କହିଦେବା ପାଇଁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅ,

ମୃତ୍ୟୁ ଆସି କହେ-ନୂଆ ରୂପନେବ ପୁରୁଣାକୁ ଛାଡ଼ି ଦିଅ |



Rate this content
Log in

Similar oriya poem from Inspirational