କବିତାରେ କବିତାରେ
କବିତାରେ କବିତାରେ
କବିତାରେ କବିତାରେ କେତେ ଯେ
ପାଖଡା ଆଜି ଖଞ୍ଜି ଦେଲି !
ପ୍ରୀତି ନିଆଁ ସେଠି ତୁମକୁ ଜାଳୁଛି
ମୁଁ ପାରୁନି ଏଠି ସହି,
ମୁଁ ବି ଜଳୁଛି ତୁମେ ବି ଜାଣିଛ
ଦୁହିଁ ଙ୍କୁ ସେ ଦିଏ ଦହି ॥
ତଥାପି ରହିଛେ ଦୁହେଁ କେତେଦୂରେ
ବଢେ ଖାଲି ମନ ଶୋଷ,
ଭୁଲି ବି ପାରୁନେ ସେ ମିଠା ଜ୍ବାଳାକୁ
ଛାତି ଛୁଆଁ ଅବଶୋଷ ॥
ଶୂନ୍ୟତାରେ କେତେ ଜିଇଁବା ଯେ ଆଉ
ଋତୁ କରେ ମତୁଆଲା,
ସ୍ମୃତିରେ ସ୍ମୃତିରେ ଭରିବା କେତେ ଯେ
ରତିଲଗ୍ନ ଖାଲି ପ୍ୟାଲା ॥
କେଳିଦୀପ ଧରେ ନିସ୍ତେଜ ହେଲାଣି
ଜ୍ୟୋସ୍ନାନିଶି ପଡେ ଫିକା,
ନିସ୍ତଦ୍ଧ ପ୍ରହରେ ତୁମ ଓଠ ସ୍ପର୍ଶ
ଉରସ ଖୋଜଇ ଏକା ॥
ପ୍ରେମର ଅନଳ ଜାଳିବା ଆଗରୁ
ଜାଳିଦିଅ ଓଠେ ଛୁଇଁ,
ବିଳାସ କୁଞ୍ଜବି ଅନେଇ ରହିଛି
ସ୍ମୃତିର କୋଳରେ ଶୋଇ ॥