Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Inspirational

3  

ସୁରେନ୍ଦ୍ର ମିଶ୍ର

Inspirational

କବିତା

କବିତା

1 min
183



ଆସିଛି ରଜ ନୂଆ ଉତ୍ସାହ ନେଇ

ଓଡ଼ିଶା ସଂସ୍କୃତି ଏହା ରଖିଛି ବଜାଇ,

ବରଷ କେ ଥରେ ଆସିଛି ରଜ

ସମସ୍ତେ ମିଳିମିଶି ଖେଳିବା ଦୋଳି 

ହୋଇ ସଜବାଜ ,

ସାଙ୍ଗସାଥୀ ସମସ୍ତେ ମିଶି 

ହୋଇବା ଏକତ୍ରିତ ,

ରଜ ଦୋଳି ଝୁଲି ଝୁଲି 

ସମସ୍ତେ ଗାଉଥିବା ରଜ ର ଗୀତ,

ବନସ୍ତେ ଡାକିଲା ରଜ

ବନସ୍ତେ ଡାକିଲା ରଜ

ସମସ୍ତେ ହୋଇବା ସଜବାଜ ଲୋ,

ବରଷକେ ଥରେ ଆସିଛି ରଜ 

ଗାଁ ଓ ସହର ରେ ଚାଲିଛି ସଜବାଜ ,

ଆମ୍ବ ବରଗଛ ମିଳୁନି ଗାଁ ରେ 

ଦୋଳି ଟାଙ୍ଗୀବାକୁ ଆଜ,

ମାଟି ଅଗଣାରେ ରଜ ପାଦ ଚିହ୍ନ

ଅଜାଡ଼ି ପଡୁଛି ଖୁସି

ପାର୍ବଣ ପସରା ମେଲିଛି ଧାରାରେ 

ଚନ୍ଦ୍ରମା ପଡ଼ିଛି ଖସି,

ଆରିସା,କାକରା, ପୋଡପିଠା ବାସ

ଗାଁ ଦାଣ୍ଡେ ମହ ମହ

ଗାଁ ରୁ ସହର ବଣ ରୁ ପାହାଡ

ସ୍ନେହ ସମ୍ପର୍କ ର ମୋହ,

ଝିଅ ବୋହୂ ମାନେ ନୂଆ ଶାଢ଼ୀ ପିନ୍ଧି

ଖାଇ ପୋଡପିଠା ହୋଇଣ ସଜ 

ପରସ,ସରସ ବେଳାରେ ପାଳିବେ 

ପହିଲେ ପହିଲି ରଜ ।



Rate this content
Log in

Similar oriya poem from Inspirational