STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

କବିତା

କବିତା

1 min
3.1K

ମଣିଷ ଜାତିର ଆଦିପର୍ବରେ ତୁମେ ହିଁ ପ୍ରଥମ ଶୃତି,

ହର୍ଷ-ଉଲ୍ଲାସ-ବିଷାଦ-କାରୁଣ୍ୟ ଦ୍ୱନ୍ଦ୍ଵ-ସଂଶୟ ଉକ୍ତି

ସମ୍ପଦ -ବିପଦ -ଉଚ୍ଚାଟନର ମୂଳଭୂତ ଉଚ୍ଚାରଣ,

ମାନସ ସନ୍ତାନ ସ୍ରଷ୍ଟାର ତୁମେ କବିତା ତୁମ୍ଭର ନାମ


ଆଦ୍ୟ ଆଶାଢରୁ ୠତୁରାଜ ଯାଏଁ ବୈଶାଖର ଝାଞ୍ଜିପରେ,

କେତେ ଅମୀରିର ଷ୍ଫର୍ଦ୍ଧିତ କାହାଣୀ ନିର୍ଝରିଣୀ ଝର ଝରେ

ଭୋକିଲା ପେଟର ଚିତ୍କାର ତୁମ ଶରୀରରେ ପୁଞ୍ଜି ହୋଇ,

ଧର୍ଷଣ,ତୋଷଣ,ଶୋଷଣ ,ଶୋଷିତ ବୁକୁ ପରେ ଅଛି ଶୋଇ


ମନର ଗହନ ଭାବନା ରାଜ୍ୟଟି ତୁମ୍ଭ ବିଚରଣ ସ୍ଥଳୀ,

ସ୍ରଷ୍ଟା ମାଧ୍ୟମରେ ସୃଷ୍ଟି ହୁଅ ତୁମେ ଶ୍ରୀଅଙ୍ଗ ବିଭବ ଶାଳୀ

ସଶକ୍ତ କରୁଛ ସମାଜକୁ ତୁମେ ସଚେତନ ବାର୍ତ୍ତା ଦେଇ,

ଦୂରେଇଛି କେତେ ଅଜ୍ଞାନ ଅନ୍ଧାର ତୁମ ଯାଦୁସ୍ପର୍ଶ ପାଇ


କେତେବେଳେ ବେଶ ତୁମ ଛନ୍ଦପରି କେତେବେଳେ ଛନ୍ଦହୀନ,

ଆଉ କେତେବେଳେ ଅଳଙ୍କାର ପିନ୍ଧି ମୋହୁଥାଅ ଆମ ମନ

କେତେବେଳେ ତୁମେ ନାବିକ ମୁଖରେ କେତେବେଳେ ଜ୍ଞାନୀ ମୁଖେ,

ସର୍ବଦା ତୁମର ଆଗମନ ହୁଏ ସ୍ରଷ୍ଟାର ଲେଖନୀ ବୁକେ


ତୁମ ମାଧ୍ୟମରେ କବି ସୃଷ୍ଟିକରେ ଅନେକ କଳ୍ପନା ରାଜ୍ୟ,

ଯେଉଁ ରାଜ୍ୟ ଲାଗେ କୁହୁକ କୁହୁକ ସତେ କି ପରୀ ରାଇଜ

ଯେଉଁ କବିତାରେ ପୂରି ରହିଅଛି ଜାତିର ଭବିଷ୍ୟ ସ୍ବପ୍ନ,

ସେହି କବିତାଟି ନିଶ୍ଚେ କାଳଜୟୀ ଜାତିର ଅମୁଲ୍ୟ ରତ୍ନ   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract