STORYMIRROR

DEEPAK KUMAR PATRA

Tragedy

4  

DEEPAK KUMAR PATRA

Tragedy

କବିତା ଶୂନ୍ୟତାର୍ -୨

କବିତା ଶୂନ୍ୟତାର୍ -୨

1 min
4

କେବେ କେବେ ଲାଗେ ଯେ

ମୋ ଭିତରେ ଖାଲି ମୁଠାଏ ଶୂନ୍ୟତା ଅଛି

ଘରର କେଉଁ କୋଣରେ ବନ୍ଦ ଥିବା

ଠିକ୍ ସେଇ ଆଲମାରି ପରି

କେଜାଣି କେତେ ବର୍ଷରୁ

ସେଇ ଅଳନ୍ଧୁ ଭିତରେ

ସେମିତି ଛନ୍ଦି ହେଇ ରହିଛି ।


କେବେ କେବେ ଲାଗେ ଯେ

ମୁଁ କାହିଁକି ଲେଖୁଛି

ମୁଁ କ'ଣ ପାଇଁ ଲେଖୁଛି

ମୁଁ କିଛି ଲେଖି ପାରିବିନି 

କି ଲେଖିବାକୁ ଇଚ୍ଛା ବି ହୁଏନି ।


କେବେ କେବେ ଲାଗେ ଯେ

ଏଇ ଯୁଦ୍ଧ ତ୍ ଜୀଵନ ତମାମ

ଏ କଲମ ଆଉ ଶବ୍ଦ ସହ ଯୁଦ୍ଧ 

ସବୁ ପରିସ୍ଥିତିରେ ଦେଖେ ନିଜକୁ

ବାନ୍ଧେ ଶବ୍ଦର ପରିଧି ମଧ୍ୟରେ ଅନ୍ତର କୋହକୁ ।


ବେଳେ ବେଳେ ଖୁବ୍ ଈର୍ଷା ହୁଏ

ସେ ପାହାଡକୁ,ନଦୀକୁ, ଦେଖି

ସେ ପକ୍ଷୀକୁ ,ସମୁଦ୍ର ଢେଉକୁ ଦେଖି

ତାଙ୍କ ପାଖରେ ଦିଗନ୍ତ ବିସ୍ତାରି ଜଳରାଶି ଅଛି

ଦୂରଦିଗବଳୟ ର ଆକାଶ ଅଛି

ଯେଉଁଠି ବନ୍ଦୀତ୍ଵର ପ୍ରଶ୍ନ ହିଁ ନାହିଁ

ସର୍ବଦା ମୁକ୍ତ, ସୀମାହୀନ ।


ଆଉ ମୁଁ..,

ସବୁବେଳେ ନିଜ ଭିତରେ 

ଅହରହ ଅଣନିଃଶ୍ବାସୀ 

ନିଜ ଭିତରେ ହିଁ ସୀମିତ

ନିଜ ଭିତରେ ହିଁ ଆବଦ୍ଧ,ସୀମାବଦ୍ଧ

ବେଳେବେଳେ ଭାବେ ନିଜକୁ କେବେ

ନିଜଠୁ ମୁକ୍ତି ଦେଇ ହୁଏ କି?


Rate this content
Log in

Similar oriya poem from Tragedy