STORYMIRROR

KRUTIBAS NAYAK

Classics

3  

KRUTIBAS NAYAK

Classics

କବିତା ପର୍ବ : ଗୀତି କବିତା-24 : ମାଣବସା ମହାଲକ୍ଷ୍ମୀ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-24 : ମାଣବସା ମହାଲକ୍ଷ୍ମୀ : -ଡକ୍ଟର କୃତ୍ତିବାସ ନାୟକ

1 min
289


ଜଗତ ଜନନୀ ସାଗର ଦୁଲଣୀ ତ୍ରିଲୋକ ପାଳିନୀ ମାଆ,

କମଳ ବାସିନୀ କମଳ ଧାରିଣୀ ଜଗତକୁ ହୁଅ ସାହା |(ଘୋଷା )


ଦେବୀ ଅନ୍ନପୂର୍ଣ୍ଣା ଅନନ୍ୟା ଅପର୍ଣ୍ଣା ବିଷ୍ଣୁପ୍ରିୟା ପାଟରାଣୀ,

ତୁମ କରୁଣାରୁ କୋଟି କୋଟି ଜୀବ ପାଉଛନ୍ତି ଦାନାପାଣି |

ଅଭାବ କଷଣ ଦୁଃଖ ସାଗରରେ ତୁମେ ଜଗତର ନାଆ |

ଜଗତ ଜନନୀ ସାଗର ଦୁଲଣୀ ତ୍ରିଲୋକ ପାଳିନୀ ମାଆ |(1)


ଦୁଃଖ ବିନାଶିନୀ ବିତ୍ତ ପ୍ରଦାୟିନୀ ମହାଲକ୍ଷ୍ମୀ ନାରାୟଣୀ,

କଳୁଷ ହାରିଣୀ ଭକ୍ତ ମନଜାଣି ହୁଅ କ୍ଷମା ପ୍ରଦାୟିନୀ |

ତୁମ ଭରସାରେ ସବୁକିଛି ମିଳେ ଯେତେବେଳେ ଲୋଡ଼ା ଯାହା |

ଜଗତ ଜନନୀ ସାଗର ଦୁଲଣୀ ତ୍ରିଲୋକ ପାଳିନୀ ମାଆ | (2)



Rate this content
Log in

Similar oriya poem from Classics