STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି-କବିତା-14 : ଭୁଲ ଠିକଣା

କବିତା ପର୍ବ : ଗୀତି-କବିତା-14 : ଭୁଲ ଠିକଣା

1 min
219

ଆଷାଢ଼ରେ ଖଣ୍ଡେ ଚିଠି ଲେଖିଥିଲ ଭୁଲ ଠିକଣା ଦେଇ,

ଶ୍ରାବଣ ବରଷା ପଢ଼େଇ ଦେଲାନି ଚିଠିକୁ ଭିଜେଇ ଦେଇ |


ଫଗୁଣରେ ଫୁଲ ଫୁଟିବ ଭାବିଲି ମଳୟ ବହି,

ଚଇତି ଚଢେଇ ମନଟି ମୋହର ଉଡ଼ିବ ଆକାଶେ ଯାଇ |


କାଳ ବଇଶାଖୀ ବଡ଼ ବେଦରଦୀ ବାଧକ ହେଲା ମୋ ପାଇଁ |

ଆଷାଢ଼ରେ ଖଣ୍ଡେ ଚିଠି ଲେଖିଥିଲ ଭୁଲ ଠିକଣା ଦେଇ |


ବେସୁରା ଜୀବନେ ସୁର ହଜିଗଲା ମରୁ ପଥେ ହେଲି ଯାତ୍ରୀ,

ଜହ୍ନର ଜ୍ୟୋଚ୍ଛନା ଥାଉ ଥାଉ ଲାଗେ ଘଟିଛି କି ଅମାରାତ୍ରି |


ତୁମରି ବିହୁନେ ଦାବାନଳ ତାପ କେମିତି ପାରନ୍ତି ସହି ?



Rate this content
Log in

Similar oriya poem from Romance