Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

କବିତା ପର୍ବ : (ଅତିରିକ୍ତ) କବିତା-85:

କବିତା ପର୍ବ : (ଅତିରିକ୍ତ) କବିତା-85:

1 min
171



ଅମର ହୋଇଲେ ଶ୍ରୀକୃଷ୍ଣ ପ୍ରେମରେ ମର୍ଯ୍ୟାଦା ରଖି ଶ୍ରୀରାମ,

ଅମର ହୋଇଲେ ହନୁମାନ ବୀର ସେବାଥିଲା ତାଙ୍କ କାମ |


ଅମର ହୋଇଲେ ଗର୍ବରେ ରାବଣ ହିଂସା ବଳେ ରାଜାକଂସ,

ଅମର ହୋଇଲେ ଦାନବଳେ କର୍ଣ୍ଣ ଧର୍ମରେ ପାଣ୍ଡବ ବଂଶ |


ଅମର ହୋଇଲେ ମାନୀ ଦୁର୍ଜ୍ୟୋଧନ ପ୍ରହଲାଦ ଭକ୍ତିବଳେ,

ଅମର ହୋଇଲେ ରାଜା ହରିଶ୍ଚନ୍ଦ୍ର ସତ୍ୟକୁ ଲଗାଇ ଗଳେ |


ଅମର ହୋଇଲେ ବ୍ୟାସଦେବ ଋଷି ବିତରି ପୁରାଣ ଜ୍ଞାନ,

ଅମର ହୋଇଲେ ଅହିଂସାରେ ଗାନ୍ଧି ବୁଦ୍ଧିରେ ମଧୁସୂଦନ |


ଅମର ହୋଇଲେ ପଠାଣି ସାମନ୍ତ ବିଜ୍ଞାନକୁ କରି ମନ୍ତ୍ର,

ଅମର ହୋଇଲେ ବାଜପେଯୀ ବିଜୁ ସାହସକୁ କରି ଅସ୍ତ୍ର |



Rate this content
Log in

Similar oriya poem from Classics