STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-43 :ଜହ୍ନ :-ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-43 :ଜହ୍ନ :-ଡକ୍ଟର କୃତ୍ତିବାସ ନାୟକ

1 min
243


ଜହ୍ନହୋଇ ଯଦି ଜ୍ୟୋଚ୍ଛନା ବଦଳେ ଛାଡ଼େ କୁହୁଡ଼ିର ଧୂଆଁ ,

ଅଲିଅଳି କଇଁ କାହାକୁ କହିବ ମନରେ ଲାଗିବ ନିଆଁ | (ଘୋଷା)


ନଦୀ ହୋଇ ଯଦି ବୁଝିବ ନାହିଁ ସେ ଝରଣାର ମନକଥା,

କେମିତି ବଞ୍ଚିବ କାହାକୁ କହିବ ପ୍ରୀତି ପ୍ରତାରଣା ବ୍ୟଥା |

କେମିତି କଥା ଏ' ଫଗୁଣ ଫୁଲକୁ ଦେବନାହିଁ ଧରାଛୁଆଁ !

ଜହ୍ନହୋଇ ଯଦି ଜ୍ୟୋଚ୍ଛନା ବଦଳେ ଛାଡ଼େ କୁହୁଡ଼ିର ଧୂଆଁ ,

ଅଲିଅଳି କଇଁ କାହାକୁ କହିବ ମନରେ ଲାଗିବ ନିଆଁ | (1)


ମେଘ ହୋଇ ଯଦି ବରଷିବ ନାହିଁ କେମିତି କମିବ ତାତି ?

ରଙ୍ଗ-ବାସ ଦେଖି ତରକି ଯାଏ କି ବଗିଚାର ପ୍ରଜାପତି ?

ତୁମ ରୀତି-ନୀତି ଦେଖିଲେ ଚମକି କି' କହିବ ଏ' ଦୁନିଆ ? 

ଜହ୍ନହୋଇ ଯଦି ଜ୍ୟୋଚ୍ଛନା ବଦଳେ ଛାଡ଼େ କୁହୁଡ଼ିର ଧୂଆଁ ,

ଅଲିଅଳି କଇଁ କାହାକୁ କହିବ ମନରେ ଲାଗିବ ନିଆଁ | (2)



Rate this content
Log in

Similar oriya poem from Romance