STORYMIRROR

KRUTIBAS NAYAK

Romance

4  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-39 : ପ୍ରେମର ପରିଭାଷା :

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-39 : ପ୍ରେମର ପରିଭାଷା :

1 min
211


ପ୍ରେମ ପରିଭାଷା କିଏ ବା ନ ବୁଝେ, ତୁମେ ଜଣେ ହେଲ ଅବୁଝା,

ପୀରତି ପଥର ସରଳରେଖା ହିଁ କରିଦେଲା ମୋତେ ଅଖୋଜା |(ଘୋଷା)


ଓଠ ଖୋଲି ସିନା କହି ପାରିନାହିଁ ଭଲ ପାଉଥିଲି ତୁମକୁ, 

ମୋ ଆଖିର କଥା ନିରବର ଭାଷା ଛୁଇଁଲାନି ତୁମ ମନକୁ |

ଗବଗଛ ଏବେ ପୂଜା ପାଇଯିବ ତୁଳସୀ ରହିଲା ଅପୂଜା |

ପ୍ରେମ ପରିଭାଷା କିଏ ବା ନ ବୁଝେ, ତୁମେ ଜଣେ ହେଲ ଅବୁଝା,

ପୀରତି ପଥର ସରଳରେଖା ହିଁ କରିଦେଲା ମୋତେ ଅଖୋଜା | (1)


ତୁମେ କି ଜାଣନା ବୟସର ଡେଣା ଉଡ଼େଇ ଆଣେ ପ୍ରଣୟ,

କାହାକୁ ଜଳାଏ କାହାକୁ ଭିଜାଏ କାହାକୁ ଦିଏ ଆଶ୍ରୟ | 

ତୁମେ ଜଳିଲନି କିବା ଭିଜିଲାନି ରହିଗଲ ହୋଇ ଅଭିଜା |

ପ୍ରେମ ପରିଭାଷା କିଏ ବା ନ ବୁଝେ, ତୁମେ ଜଣେ ହେଲା ଅବୁଝା,

ପୀରତି ପଥର ସରଳରେଖା ହିଁ କରିଦେଲା ମୋତେ ଅଖୋଜା | (2)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance