କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-39 : ପ୍ରେମର ପରିଭାଷା :
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-39 : ପ୍ରେମର ପରିଭାଷା :
ପ୍ରେମ ପରିଭାଷା କିଏ ବା ନ ବୁଝେ, ତୁମେ ଜଣେ ହେଲ ଅବୁଝା,
ପୀରତି ପଥର ସରଳରେଖା ହିଁ କରିଦେଲା ମୋତେ ଅଖୋଜା |(ଘୋଷା)
ଓଠ ଖୋଲି ସିନା କହି ପାରିନାହିଁ ଭଲ ପାଉଥିଲି ତୁମକୁ,
ମୋ ଆଖିର କଥା ନିରବର ଭାଷା ଛୁଇଁଲାନି ତୁମ ମନକୁ |
ଗବଗଛ ଏବେ ପୂଜା ପାଇଯିବ ତୁଳସୀ ରହିଲା ଅପୂଜା |
ପ୍ରେମ ପରିଭାଷା କିଏ ବା ନ ବୁଝେ, ତୁମେ ଜଣେ ହେଲ ଅବୁଝା,
ପୀରତି ପଥର ସରଳରେଖା ହିଁ କରିଦେଲା ମୋତେ ଅଖୋଜା | (1)
ତୁମେ କି ଜାଣନା ବୟସର ଡେଣା ଉଡ଼େଇ ଆଣେ ପ୍ରଣୟ,
କାହାକୁ ଜଳାଏ କାହାକୁ ଭିଜାଏ କାହାକୁ ଦିଏ ଆଶ୍ରୟ |
ତୁମେ ଜଳିଲନି କିବା ଭିଜିଲାନି ରହିଗଲ ହୋଇ ଅଭିଜା |
ପ୍ରେମ ପରିଭାଷା କିଏ ବା ନ ବୁଝେ, ତୁମେ ଜଣେ ହେଲା ଅବୁଝା,
ପୀରତି ପଥର ସରଳରେଖା ହିଁ କରିଦେଲା ମୋତେ ଅଖୋଜା | (2)

