STORYMIRROR

Sudhir Kumar Panda

Inspirational Others

3  

Sudhir Kumar Panda

Inspirational Others

କବିତା ପାଇଁ କବିତାଟିଏ

କବିତା ପାଇଁ କବିତାଟିଏ

1 min
280


ଶବ୍ଦ ଯେତେ ଛଳ ଛଳ ଯାଉଥାଏ ବହି,

ନଦୀ ତ ନୁହେଁ ଅନନ୍ୟା କବିତାର ଛଇ।

କବିର ଆଖି ଯେ ଦେଖେ ସୁଖ ଆଉ ଦୁଃଖ

ପାଠକ ତାର ଜୋହରୀ କରଇ ପରଖ।

ଆଦି ବ୍ରହ୍ମ ନାଦ ଅବା ବୈଦିକ ସେ ମନ୍ତ୍ର

କାବ୍ୟମୟ ପ୍ରକାଶକୁ କରିଲା ସ୍ବତନ୍ତ୍ର।

କେଉଁ ଚର୍ଯ୍ୟା ଗୀତି ଗାଇ ଯାଉଥିଲେ ସନ୍ଥ

ଯତ୍ କ୍ରୌଙ୍ଚ ମୈଥୁନରୁ ଏକ ମହା ଗ୍ରନ୍ଥ।

ପୁରାଣର କବିତାରେ ଯେତେ ସବୁ ଶିକ୍ଷା

ଛନ୍ଦବଦ୍ଧ ଜୀବନରେ ଜୀଇଁବାର ଦୀକ୍ଷା।

ପ୍ରକୃତି ପ୍ରେମ ପ୍ରଣୟ ଶବ୍ଦାନ୍ବିତ ଲେଖା

ହୃଦୟରେ ଟାଣିଦିଏ ପ୍ରୀତି ପୂର୍ଣ୍ଣ ରେଖା।

ଶବ୍ଦେ ଶବ୍ଦ ଖେଳ ଯେତେ କବିତାରେ ଫୁଟେ

ଦରବାରୀ କବିତାର ଦର ବାହାଷ୍ଫୋଟେ।

ଯେଉଁ କବିତାର ପାଇଁ ଖୋଜା ଅଭିଧାନ

ଅଲଗା ଆଦର ତା'ର ଅଲଗା ସମ୍ମାନ !

ଭାବରୁ ଅଭାବ ଯେବେ ମାନବର ପ୍ରାଣ

ଛନ୍ଦ ଯତିପାଦ ଶବ୍ଦ ଅନୂପ୍ରାସ ଛିନ୍ନ।

ଯୁଦ୍ଧ ହିଂସା ଅହଂକାର ଅସହଜ ରୀତି

ସେଥିରୁ କି ଜନ୍ମ ନେଲା ଛନ୍ଦହୀନ ଗୀତି ?

ମିଥ ସିମ୍ବଲ ଅବା କୁହ ଚିତ୍ରକଳ୍ପ

କବିତାକୁ କରିଦେଲା ସୁବୋଧ୍ୟ ଅଳପ।

ଦୁର୍ବୋଧ୍ୟ ସେ କବିତାଟି କତିପୟ ଭୋଗ୍ୟ

ଯାହା ମନ ଆଦରଇ,ପାଠକର ଯୋଗ୍ୟ।

କବି ତା'ର କବିତାକୁ ଅଜସ୍ର ସମ୍ମାନ

ପାଠକ ଆଦରେ ହେଉ କବିତା ମହାନ।

© ସୁଧିର କୁମାର ପଣ୍ଡା, ବ୍ରହ୍ମପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational