STORYMIRROR

Puspanjali Panda

Inspirational

4  

Puspanjali Panda

Inspirational

କବିତା ଓ କଙ୍କାଳ

କବିତା ଓ କଙ୍କାଳ

1 min
356


ନୀରିହ ଆଖିରେ ନୀଳ ଆକାଶରେ

ନିଆଁଝୁଲ ଦେଖୁଥାଏ

ଅଙ୍କୁରିତ ହୁଏ ଭରସାର ଆସ୍ଥା

ନିୟମେ ନିଶ୍ଚିନ୍ତ ହୁଏ

ପ୍ରକୃତି ପୀୟୁଷ ଦିଏ ।


ସ୍ୱଦଶିକ୍ତ କାୟା କାନିପାତିଥାଏ

ଦେଖି ଅଗ୍ନୀ ଉଦ୍ ଗୀରଣ

ଜଳଂଦେହି କହି ତୁର୍ଯ୍ୟ ନାଦକରେ

ଲୋଡେ ସ୍ନିଗ୍ଧ ସମୀରଣ ।


ପ୍ରାଣ ଉର୍ଜନାର ରାହା

ପ୍ରକମ୍ପିତ ମହୀ ଆହା

ଅସହ୍ୟ ଉତପ୍ତ ଅବ୍ୟକ୍ତ ବ୍ୟକ୍ତରେ

ଝୁରେ ଶହସ୍ର ଶ୍ରାବଣ।


ତପ୍ତ ତନୁମନ ଖୋଜେ ନଭେ ଘନ

ବିଷମ ଗ୍ରୀଷମ ବେଳା

ପ୍ରକୃତି ନିୟମ ବିଭୂ ନିୟନ୍ତ୍ରଣେ

ଯାଣି ବି ହୁଏ ବାଉଳା

ସ୍ୱସ୍ତି ଅନୁକମ୍ପା ବହି

ଶୀତଳ ଛାୟା ଦେଇ।


ନିଗାଡୁଛି ରକ୍ତ ନିରାଶ ସାୟାହ୍ନ

ସମୟ ବି ନିରୁତ୍ତର

ନିଖୋଜ ପବନ ସବୁଜିମା ଶୁନ୍ୟ

ଦୋଷ କିବା ବସୁଧାର!

ବିଞାନୀ ସାଜି ଅଞାନ

ବଢାଉଛି ପ୍ରଦୁଷଣ

ଉଗ୍ର ତୀବ୍ର ଗତି ଧରିଛି ଧରିତ୍ରୀ

ଲୋଡ଼ା ପଡେ ସଂକଳ୍ପର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational