STORYMIRROR

padmaja pati

Action

4  

padmaja pati

Action

କବିତା ମୁଁ

କବିତା ମୁଁ

1 min
406

କେବେ ମୁହିଁ ଛନ୍ଦବଦ୍ଧ, କେବେ ଛନ୍ଦହୀନ

ପୁଣି ପ୍ରାଣବନ୍ଧୁ କେବେ ଅନ୍ତଃସାର ଶୂନ୍ୟ।

ଜଗାଏ ପୁଲକ ନିତି ଭବସିନ୍ଧୁ ଜଳେ

ମୋ ଅମୀୟ ପରଶରେ ପାଷାଣ ତରଳେ ।

ସ୍ପନ୍ଦିତ କରଇ ପ୍ରାଣ, ଭରଇ ପ୍ରେରଣା

କେବେ କରେ ମଧୁ ବର୍ଷା, ପୁଣି ଅଗ୍ନକଣା।

ଛୁଇଁ ଯାଏ କୋଟି ହୃଦ ଆଖି ପଲକରେ 

ଜନ ମନେ ଆଣି ଶାନ୍ତି ବିହରେ ସୁଖରେ।

ସାରା ସୃଷ୍ଟି ରସାଣିତ ମୋ ପାଇଁ କି ରସ ମାଧୁର୍ଯ୍ୟରେ

ଅସୀ ଠାରୁ ମସୀ ବଡ ଏ କଥା ତ ରହିଛି ସଂସାରେ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Action