STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

କବିତା ଲୁହ

କବିତା ଲୁହ

1 min
225

   

ନିଃସଙ୍ଗତାରେ 

ହେଲେ ଅସହାୟତା ବୋଧ 

ଆଖିରୁ ଝରି ଆସେ ଲୁହ, 

ସମ୍ପର୍କ ସବୁ ଉଜାଡି ଦେଇ 

ଆତ୍ମୀୟ କେହି ହେଲେ ପର 

ଲୁହ ହିଁ ହୋଇଥାଏ ନିଜର। 

ଓଦା ଓଦା ଆଖିରୁ 

ଧୋଇ ଦିଏ ସପନ ସବୁ, 

ଉଦାସ ହୋଇ ସେ

ଦେଖି ପାରେନା ଆଗକୁ ଆଉ। 

ଜୀବନ ଯନ୍ତ୍ରଣାର ସାକ୍ଷୀ 

ହୋଇ ଏଇ ଲୁହ 

ଭାଙ୍ଗି ଦିଏ 

ପାର୍ଥିବ ସଂସାରର ମୋହ,

ତାର ଉପଶମ 

ସାମୟିକ ସାନ୍ତ୍ଵନା ମାତ୍ର 

ଏ ଲୁହେ କଲେ ଅବଗାହ। 

ଲୁହକୁ ପଚାରି ବୁଝି ହୁଏ 

ଆଖିର ଅକୁହା କଥା,

ମନ ଥରେ ମାନିଗଲେ 

ଦୂର ହୋଇଯାଏ 

ହୃଦୟର ସକଳ ବ୍ୟଥା।

ଆଖିରେ କାହାରି 

ଭରି ଦେଲେ ଏଇ ଲୁହ 

ନୀରବ ପ୍ରତିବାଦରେ 

ଭାସିଯାଏ ତା' ଘର ସଂସାର, 

ପୋଛି ଦେଲେ ଆଖିରୁ ଲୁହ 

ଓଠରେ ଉଛୁଳି ଉଠେ 

କୃତଜ୍ଞତାର ହସ 

ପ୍ରତିହିଂସା ହୁଏ ଦୂର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy