STORYMIRROR

Chinmaya Kumar Nayak

Abstract

2  

Chinmaya Kumar Nayak

Abstract

କବିତା ହିଁ କାହିଁକି ?

କବିତା ହିଁ କାହିଁକି ?

1 min
484

ଲୟ ତାଳ ଛନ୍ଦ ମୟ ପ୍ରେମଦଗ୍ଧ ଗାଥା

ଶବ୍ଦ ନୁହେଁ ଭାବସ୍ନାତ ଜୀଵନ କବିତା

ରସପୂର୍ଣ୍ଣ ମଧୁଝରା ସ୍ୱରବଦ୍ଧ ଗୀତ

ନୀରସ ହୃଦୟେ ଝରେ ସିକ୍ତ ପାରିଜାତ

ଜଡ଼ ମାନବର ଚିତ୍ତେ କମ୍ପନ ସ୍ଫୁରଣ

ବିଦଗ୍ଧ ପାଠକ ବକ୍ଷେ ଉଠେ ଶିହରଣ

ଶବ୍ଦ ସଂଯୋଜନା ସହ ନିଜର ହୃଦୟ

ଥୋଇଦିଏ କାଗଜେ କବି ହୋଇ ତନ୍ମୟ

ଚାରିଧାଡ଼ି ଶବ୍ଦରେ ଗୁନ୍ଥେ ଅସଂଖ୍ୟ କାହାଣୀ

ଆଖିକୋଣୁ ଝରି ଆସେ ମୃଦୁ ବ୍ୟଥା ବାରି

ସିମୀତ ସମୟେ ରଚେ ଅନେକ ଘଟଣା

ଲକ୍ଷସ୍ଥଳ ଦିଶିଯାଏ ହେଲେ ବାଟବଣା

ଶବ୍ଦାର୍ଥ ନଥାଏ ସେଠି ଥାଏ ଅନୁଭବ

ଭାବରେ କବିତା ହୁଏ ସଙ୍ଗୀତେ ପ୍ରଗଳ୍ଭ

କଣ୍ଟକିତ ପଥେ ଭରେ ପୁଷ୍ପର ସୌରଭ

ଜଡ ପ୍ରାଣେ କରିଦିଏ ଚେତନା ଉଦ୍ଭବ

ସତ୍ୟ ସନାତନ ନିତ୍ୟ ଶାଶ୍ୱତ କବିତା

କବି ଓ ପାଠକ ଚିତ୍ତେ ପ୍ରଖର ସରିତା

ସେଥିପାଇଁ କାବିତା ମୋ ସାଥି ଚିରନ୍ତନ

କବିତା ବିନା ନୋହେ ଜୀଵନ ସମ୍ପୂର୍ଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract