STORYMIRROR

Tilottama Prusty

Abstract

4  

Tilottama Prusty

Abstract

କବିତା ଦିବସ

କବିତା ଦିବସ

1 min
250

ବିଶ୍ଵ କବିତା ଦିବସରେ ଆଜି

   କବିତା ଭାବିଲି ଲେଖିବି 

ସରସ୍ଵତୀଙ୍କୁ ମୁଁ ସ୍ମରଣ କରି

    ସାଧା କାଗଜ ମୁଁ ଧରିଲି।


ଶବ୍ଦର, ବିଜ ବୁଣିଲି ସେଥିରେ

    ବାକ୍ୟ ରୂପେ ବୃକ୍ଷ ହେଲା

ସମାଜର ପ୍ରତିଛବି ତାପରେ

   ଆଙ୍କି ହୋଇ ସବୁ ଗଲା ।


ପଢିବାକୁ ମୁଁ ଚେଷ୍ଟା କଲି ଯାଇ

    ପତର ପତର ଖୋଜି

ଆଶ୍ଚର୍ଯ୍ୟ ଲାଗିଲା ଧ୍ବଂସ- ଭିମୁକ୍ଷି

     ସମାଜକୁ ଆମ ଦେଖି।


ନାହିଁ ଏକତା ସ୍ନେହ ପ୍ରତି ଭାବ

      ସ୍ବାର୍ଥ ଖୋଜିଲେ ସମସ୍ତେ

  ଟଙ୍କା ପାଇଁ ଏଠି ଅନ୍ଧ ହୋଇଲେ

       ଆତ୍ମିୟ ଠୁଁ ଦୂରେଇଲେ।


ନାରୀ ଠାରୁ ଜନ୍ମି ନାରୀ କୋଳେ ବଢି

     ନାରୀ କୁ ଚିହ୍ନିଲେ ନାହିଁ

ମା ସରସ୍ବତୀ, ଲକ୍ଷ୍ମୀ,ଆଉ ସତୀ

     ପ୍ରତିରୂପ ନାରୀ ହୋଇ।


କାମାନ୍ଧଙ୍କର ଲୋଲୁପରୁ ଆଜି

      ବରତ୍ତୀ ପାରିଲେ ନାହିଁ

ସାରା ଭାରତରେ ହା- ହା- କାର ଆଜି

      ଶୁଭୁ ଅଛି ରହିରହି।


ଷ୍ଟୋରି ମିରର ଯେ ଗପର ଆଇନା

     ଚରିତ୍ର କରିବ ଚିତ୍ରଣ

ସାରା ଭାରତର ପାଠକ ମାନେ ଯେ

     କରିବେ ତାହାକୁ ପଠନ। 



Rate this content
Log in

Similar oriya poem from Abstract