STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

କବିତା ଅନ୍ଧକାର (୨)

କବିତା ଅନ୍ଧକାର (୨)

1 min
192


ଆଖି ଖୋଲି ଚାହିଁଲେ ଆଗକୁ 

ଭବିଷ୍ୟତ ଦିଶେ ଖାଲି ଅନ୍ଧକାର, 

କଅଣ କରିବି ଆଗକୁ କେମିତି ବଢିବି 

ମନ କରୁଥାଏ ତାର ବିଚାର। 

ବାଟ କିଛି ଦିଶୁ ନାହିଁ 

ପାଦ ବଢାଇବାକୁ ଲାଗେ ଡର,

କାଳେ ଖାଲ ଖମା ରାସ୍ତା ଥିଵ 

ଛାତି ହୁଏ ଥରହର। 

ଜ୍ଞାନର ସୂର୍ଯ୍ୟାଲୋକକୁ ତ

ଗୋଟାପଣେ ସ୍ବାର୍ଥର ରାହୁ କରିଛି ଗ୍ରାସ,

ଅଭିଶାପେ ତାର ହେବ କି 

ସୁଖ ଶାନ୍ତି ଆନନ୍ଦର ସର୍ବନାଶ ?

ବିଚାର ଧାରାରେ ସନ୍ଦେହର ଅନ୍ଧକାର 

ନାହିଁ ତିଳେ ଭରସା ବିଶ୍ଵାସ, 

ଛଳନା ପ୍ରତାରଣାର ଅନ୍ଧ ବୁଝାମଣା 

ମୁକାବିଲା କରିବାକୁ ଆସୁନି ସାହସ। 

ହାତକୁ କାମ ନାହିଁ ବେରୋଜଗାର 

ଶିକ୍ଷିତ ଯୁବକ ଗୋଷ୍ଠୀ ବେକାର, 

ଚାଷ ଉଜୁଡେ ହୋଇ ପ୍ରାକୃତିକ ଦୁର୍ବିପାକ 

ଋଣ ଚାପେ ଚାଷି ମରେ ବାରମ୍ଵାର। 

ସାରା ବିଶ୍ଵେ ବଢି ଚାଲେ ଆତଙ୍କରାଜ 

ବୋମା ବିସ୍ଫୋରଣେ ମରେ ଯବାନ, 

ସୀମା ବିବାଦେ ଘନ ଘନ ଯୁଦ୍ଧର ଆହ୍ବାନ 

ଚୁକ୍ତିନାମାରେ ହୁଏନା ସମାଧାନ।

ବଜାର ଦର ଅନିୟନ୍ତ୍ରିତ 

ମହଙ୍ଗା ହୁଏ ଅତ୍ୟାବଶ୍ୟକ ଜିନିଷ, 

ମୋଟା ଲାଭ ପାଇବାକୁ 

ଅସାଧୁ ବ୍ୟବସାୟୀ କରେ ଭେଜାଲ 

ଖାଉଟି ହୁଅନ୍ତି ନିରାଶ। 

ସରକାରୀ କାର୍ଯ୍ୟାଳୟେ ଚାଲେ ଲାଞ୍ଛ ମିଛ 

ବାହାରେ ଜାତୀୟ ସମ୍ପତ୍ତି ହୁଏ ହଡପ, 

ରକ୍ଷକ ସାଜେ ଭକ୍ଷକ 

କିଏ କରିବ ବିପଦରୁ ଉଦ୍ଧାର 

ଅହରହ ଦୁଃଚିନ୍ତାରେ ହୁଏ ମନସ୍ତାପ। 

ଚାରିଆଡେ ଅନ୍ଧକାର କେବଳ ଅନ୍ଧକାର 

ନାହିଁ କିଛି ପ୍ରତିକାର କଲେ ଯେତେ ବିଳାପ, 

ଦୁର୍ବଳ ଉପରେ ସବଳର ଅତ୍ୟାଚାର 

ନିଜର ଭୁଲ୍ ଜାଣି କରନ୍ତି ନାହିଁ ଅନୁତାପ।

ଏ ଅନ୍ଧକାର କେବେ ହେବ କି ଦୂର ? 

ଦିଶୁ ନାହିଁ ତାର କ୍ଷୀଣ ଜ୍ଞାନାଲୋକ,

ଯେଉଁ ଅନ୍ଧକାରକୁ ସେହି ଅନ୍ଧକାର 

କୋଳାହଳରେ ଚାଲେ ସାରା ମୂଲକ। 

   ***  ***   ***   ***   ***

     




Rate this content
Log in

Similar oriya poem from Tragedy