STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

କବିତା ଆଗୋ ତମେ .....

କବିତା ଆଗୋ ତମେ .....

1 min
168

ବିଶ୍ୱ କବିତା ଦିବସ ଅବସରରେ....


କବିତା 

ଆଗୋ ତମେ

ମନ ସାଗରର ବୀଚି

ଆତ୍ମା ମହାକାଶ 

ମିଟି ମିଟି ତାରା ନୟନର

ଆମନ୍ତ୍ରଣ ଚୋରା ଚିଠି l


କବିତା 

ଆଗୋ ତମେ

ଶତ ବାସନାର ଶବ୍ଦ ମୂର୍ତ୍ତି

ଦେହ ଦେହଳୀର 

ଲହରୀମାଳାର ଅଧୀର

ମିଳନ ଆର୍ତ୍ତୀ l


କବିତା 

ଆଗୋ ତମେ

ଶଦ୍ଦ ମାନଙ୍କର 

ସୁନ୍ଦର ସମାହାର

ସ୍ୱପ୍ନ ଗୁଡ଼ିକର ଏକତ୍ରୀକରଣ

ଆଉ ମନକୁ ଆସୁଥିବା 

କଳ୍ପନା ସବୁର ମିଶ୍ରଣ l

ଅବଦମିତ ପ୍ରେମକୁ ଜଡ଼ିତ କରି

ଅହରହ ସୃଷ୍ଟି ହୁଏ କବିତା ଏଠି l


କବିତା 

ଆଗୋ ତମେ

କହିଦିଅ ପ୍ରେମରେ ଥାଏ 

ଅଦମ୍ୟ ଶକ୍ତି

ସେଥିପାଇଁ ତ ସମର୍ପଣ ସହ

ଘଡ଼ିଘଡ଼ି ହୁଏ ସନ୍ଧି l

ପ୍ରେମରେ ଆସୁଥିବା 

ସ୍ୱପ୍ନ ଓ କଳ୍ପନା 

ସବୁବେଳେ ମନରେ ଭରିଦିଏ

ଅଫୁରନ୍ତ ଉତ୍ସାହର ଉତ୍ସ l


କବିତା 

ଆଗୋ ତମେ 

କହିଥାଅ ମନ ହଜିଲେ ପ୍ରେମ

ସେଠି କଳ୍ପନା ସବୁ ଅବାଧ

ଆଉ ସ୍ୱପ୍ନମାନେ ବି ଅବୈଧ l

ସେସବୁ କଳ୍ପନା ଓ ସ୍ୱପ୍ନ ବ୍ୟତିରେକ

ଏ ଜୀବନର ମୂଲ୍ୟ କିବା କୁହତ ?



Rate this content
Log in

Similar oriya poem from Romance