କବିତା- ୨୦୨୨
କବିତା- ୨୦୨୨
ଅଝଡ ନୀରବତା ମଧ୍ୟରେ
ଶବ୍ଦ ଗୁଡିକର ମୁହାଁମୁହୁ ସଂଘାତ
ଓ ସଂଜାତ ମଧ୍ୟବର୍ତୀ ଇଲାକାରେ
ମୌସୁମୀ ଲେଖିଛାଲେ ଛନ୍ଦହୀନ କବିତା
ତା’ର ଗହଗହ ବାସ୍ନାରେ
ଉତ୍କାଳ ହୁଏ ଅସହାୟ, ବିରହୀ ପକ୍ଷ
କେତୋଟି ଅଂତରଂଗ ମୁହୂର୍ତର ସ୍ମୃତି
ଆଚ୍ଛନ୍ନ କରେ ମଉସୁମୀର ସ୍ଥିତିକୁ
ଲେଖିଚାଲେ ତା’ର ଆତ୍ମନେପଦୀ
ସମସ୍ତ ନେତିବାଦୀ ଯାତନାର ପରସ୍ତରୁ
ଉଭାହୁଏ ଆଂତର୍ଦାହଭରା କବିତା ଓ ବନିତା
ଫର୍ଦ୍ଦ ଫର୍ଦ୍ଦ କାଗଜରେ ଲିପବଦ୍ଧ
ଗଧର ଆତ୍ମକାହାଣୀରେ ଉନ୍ମେଷ
ଓ ଉତ୍ରଣ ହୁଏ ସ୍ଥିତିବାଦୀ ସାହିତୟ
ପ୍ରୀତିଲଗ୍ନା ପ୍ରିୟାର ବାଂକ ଚାହାଣୀରେ
ମତୁଆଲ ହୁଅଂତି ପ୍ରେମିକ ଓ ଶ୍ରମିକ
ଅନତିକ୍ରମଣୀୟ ଦୂରତ୍ବର ମାଇଲଖୁଟିରେ
ଆଗମନ ହୁଏ ଯୁଗପୁରୁଷ୍ଯକ
ବଦଳିଯାଏ ମସ୍ତ ଋଢିବାଦୀ ଭାବନା ଓ କଳ୍ପନା
ଦୂରଦିଗ୍ବଳୟରେ ଅସ୍ତମିତ ହୁଏ ବିଦାୟୀ ସୂର୍ଯ୍ୟ
ଆଫ୍ଗାନୀ ଆକାଶରେ ଖେଳିଯାଏ
ଚକିତ ଚଂଦ୍ରର ରକ୍ତିମ ଦ୍ୟୁତି ।
