STORYMIRROR

Pratima Satpathy

Classics

4  

Pratima Satpathy

Classics

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

1 min
403


ଷୋଳଶ ଅଶିରେ, ଘୁମୁସର ରାଜ

    ପରିବାରେ ହେଲ ଜନ୍ମ

ପିତା ନୀଳକଣ୍ଠ, ଜେଜେ ଧନଞ୍ଜୟ

   ଭଞ୍ଜ ରାଜାଥିଲେ ପୁଣ.।

ଚାଟ ଶାଳୀରେ ପାଠ ପଢିଲା ବେଳେ

    କବିତାରେ ମନ ଦେଲ

ଜେଜେବାପା ବଡ଼ କବିଥିଲେ ତାଙ୍କୁ

    ଅନୁସରଣ କରିଲ.।

ରାଜ ପରିବାର, ବିଳାସ ବ୍ୟସନ

   ଭୋଗକୁ ଦେଲ ପାଶୋରି

କାବ୍ୟ, କବିତାରେ ମନ ପ୍ରାଣ ଢାଳି

    ଶବ୍ଦ, ଅଳଙ୍କାର ଭରି.।

ସାହିତ୍ୟ ଜଗତ ଉଜ୍ଜ୍ୱଳ ତାରକା

    ହୋଇଥିଲ ପ୍ରକଟିତ

ଛାନ୍ଦ, ଅଳଙ୍କାର, ସୃଷ୍ଟିର ଜନକ

   ପ୍ରଭା ହେଲା ବିସ୍ତାରିତ.।

କାବ୍ୟ କଳାର କୋଣାରକ ଗଢ଼ିଲ

   ନୂଆ ଇତିହାସ ରଚି

କଳା ଜଗତର ଅମ୍ଳାନ ପ୍ରତିଭା

   ପ୍ରସ୍ଫୁଟିତ ହୋଇଅଛି.।

ବ, ଅନୁପ୍ରାସେ,ବୈଦେହୀଶବିଳାସ କୁ

      ଯେ ରଚନା କଲ

କ, ରେ କଳାକୌତୁକ, ସ, ରେ ସତୀଶ

   ବିଳାସକୁ ବିରଚିଲ.।

ଦ, ରେ ଦମୟନ୍ତୀ ବିଳାସ, ପ ରେ, ଯେ 

    ପଦ୍ମାବତୀ ପରିଣୟ

ଲାବଣ୍ୟ ବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

     ହୋଇଛି ମଧୁମୟ .।

ରସିକ ଶେଖର ଭଞ୍ଜ ବୀରବର

    କାବ୍ୟ କଳାର ଜନକ

ପ୍ରେମ ସୁଧାନିଧି, ରାସଲୀଳା, ବ୍ରଜ ଲୀଳା

     ଆଦି ଶୃଙ୍ଗାରକ .।

ରସିକ ହାରାବଳି, ରଚନା କଲ

    ସରଭ ଓ ଅଭିଷେକ

ସୁଭଦ୍ରା ପରିଣୟ, ସହ ପ୍ରଥମ ଲେଖା 

     ରାମ ଲୀଳା ରତ୍ନ .।

ଅପୂର୍ବ ଶବ୍ଦର ବିନ୍ଧାଣି, ହୃଦୟ ସ୍ପର୍ଶୀ

     ଯେ ଶବ୍ଦ ସମ୍ରାଟ

କବିତ୍ଵପ୍ରତିଭା, ଶବ୍ଦ ଯାଦୁଗର

    ହୋଇଛ ବିଶ୍ୱ ପ୍ରସିଦ୍ଧ.।

ଆଳଙ୍କରିକ କବିତାର ଭଣ୍ଡାର

    ହୃଦେ ରହିଥିଲା ପୁରି

ନାନା ଉପାଧିରେ ହୋଇଛ ଭୂଷିତ

    କିଏ ହେବ ତୁମ ପରି.।

ବୀରବର, ମଙ୍ଗରାଜ, କବିସମ୍ରାଟ

      ଓ କବିସାର୍ବଭୌମ

କବି କୂଳ କେଶରୀରେ ବିଭୂଷିତ

    ହୋଇଛଉପେନ୍ଦ୍ର ଭଞ୍ଜ.।

ଅବନାରସ ତରଙ୍ଗର ରସରେ

    ମୋହିଛ ଜଗତ ଜନ

ସୁନ୍ଦର କଳା ସଂସ୍କୃତି ରେ ପୁସ୍ତକ

   ଲେଖିଛ ଷାଠିଏ ଖଣ୍ଡ. ।

ରାଜ ସିଂହାସନତ୍ୟାଗ କରି

    ଜନତାଙ୍କ ହୃଦ ସିଂହାସନେ

ଅମର ରହିଛି ତୁମ କଳାକୃତି

    କାବ୍ୟ ସାହିତ୍ୟ ଅଙ୍ଗନେ.।

ଯେତେଦିନ ଚନ୍ଦ୍ର, ସୂର୍ଯ୍ୟ ରହିଥିବେ

    ଏହି ମହୀ ମଣ୍ଡଳରେ

ରୀତି ଯୁଗ କବି ଉପେନ୍ଦ୍ର ଭଞ୍ଜଙ୍କ

   ଯଶ ଥିବ ଏ ବିଶ୍ୱରେ.।

  ଧନ୍ୟ ଉପଇନ୍ଦ୍ର, କବିକୁଳ ଚନ୍ଦ୍ର

    ଓଡିଶାକୁ କଲ ଧନ୍ୟ

ଉତ୍କଳ ଜନନୀ ଗର୍ବ ଗଉରବ

   ତୁମକୁ ଶତ ପ୍ରଣାମ.।।


Rate this content
Log in

Similar oriya poem from Classics