STORYMIRROR

Kunja Bihari Dalai

Inspirational

4  

Kunja Bihari Dalai

Inspirational

କବି ହେବାର ନିଶା

କବି ହେବାର ନିଶା

1 min
381


ମୁଖ ପୁସ୍ତିକାରେ  ପଢିଲି କବିତା

     ଭାବିଲି ଲେଖିବି ମୁହିଁ,

ପ୍ରତ୍ୟେକ ଲେଖାରୁ  ଶଦ୍ଦ ମାନ ବାଛି

     ଖାତାରେ ଗଲି ଗାରେଇ ।


ଅଧିକାଂଶ କବି  ସମାଜେ ସଂସ୍କାର

     ଆଣିବା ପାଇଁ ଚେଷ୍ଟିତ,

ଭାବିଲି ସେଭଳି  ଲେଖାଟିଏ ଲେଖି

     ହେବି ସମାଜେ ଆଦୃତ।


ଏଣୁ ତେଣୁ ଲେଖି  ଯୋଡ଼ି ଦେଲି ପଦ

     ହୋଇଲି କବିରେ ଗଣା,

ମୁଁ କି ଜାଣିଥିଲି  ମଞ୍ଚପରେ ଯାଇ

     ଭୁଲିବି ନିଜ ଠିକଣା ।


ନିମନ୍ତ୍ରଣ ପାଇ  କବିତା ଆସରୁ

     ଚାଲିଲି ଫୁଲାଇ ଛାତି,

ଡକା ହେଲି ଯେବେ ସଗର୍ବରେ ମଞ୍ଚେ

     କବିତା କଲି ଆବୃତ୍ତି।


ଶ୍ରୋତା ପଚାରିଲେ  କିଛି ଶଦ୍ଦ "ମାନେ" 

     ପଡିଗଲି ଅଡ଼ୁଆରେ,

ସେ ଶଦ୍ଦର ମାନେ  ମୋତେ କିବା ଜଣା

     ଯୋଡ଼ି ଥିଲି ଯା' ପଦରେ ।


ପ୍ରଶ୍ନ ପରେ ପ୍ରଶ୍ନ  ବୁଲାଇଲା ମୁଣ୍ଡ

     ଖାଇଲି ଶକ୍ତ କଚଡା,

କବି ହେବା ନିଶା ଛାଡିଗଲା ମୋର

     ଜାଣିଲି ପଥ ଖସଡ଼ା।


ଜାଣେନା ସମାଜେ  ପଡିଲାକି ନାହିଁ

     ଲେଖାର କିଛି ପ୍ରଭାବ,

ଆଜି'ବି ମୋ ମନେ  ଅନୁଭୂତ ହୁଏ

     ନିଜ ସଂସ୍କାର ଅଭାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational