STORYMIRROR

Kumar Mrutyunjay

Abstract

2  

Kumar Mrutyunjay

Abstract

କବି ଚିର ନମସ୍ୟ

କବି ଚିର ନମସ୍ୟ

1 min
3.2K

କବି ଟିଏ ବସିଛି 

ବସି ବସି ଭାବୁଛି 

ଭାବୁ ଭାବୁ ଲେଖୁଛି 

ଅବିରତ କଲମ ରୁ 

କାଳି ତାର ଝରୁଛି


ଶବ୍ଦ ଖେଳେ ଲୁଚକାଳି 

କେବେ ଦିଏ କରତାଳି 

ନଭୁଁ ଜହ୍ନ ତାରା ତୋଳି 

ସେ ଦିଏ କାଗଜେ ବୋଳି


ନା ଥାଏ ତା ରାତି ଦିନ 

ସଦା କବି ମନ ଉଚ୍ଛନ୍ନ 

ଭାବ ନପ୍ରକାଶିବା ଯାଏଁ 

ଖୋଲା ଆଖି ଦେଖେ ସ୍ବପ୍ନ


ଅସ୍ତବ୍ୟସ୍ତ ଭାବ ଡୋରି 

କେବେ ଖରା ଛାଇ ପରି 

ସାଗର ଲହଡି ମାଡି 

କେବେ ଆସି ଦିଏ ରଡି


କବି ବାପା କବି ମାଆ 

ଶବ୍ଦ ସହରେ ତା ଦୁନିଆ 

ମନୁଆ ଶବଦ ଯୋଡି 

କବିତା ରେ ଦିଏ ରାହା


ଧର୍ମ କର୍ମ ରାଜନୀତି 

ଦର୍ଶନ ଅବା ଦୁର୍ନୀତି 

ସମାଜ ର ହିତ ପାଇଁ 

କବି ର ଏଇ ଲଢେଇ


ଦିଶା ଦିଏ ଲେଖନୀ ରେ 

ଭଲ ମନ୍ଦ ଖୋଲି ଧରେ 

କଳୁଷ କାଳିମା ରାଜି 

ଦୁନିଆ ରୁ ଦୂର କରେ


କବି ର ଏ ମହତପଣ

କେ କରି ପାରିବ ଆନ 

ତାକୁ ପାଇ ଜଗତ ଧନ୍ୟ 

ତା ପଦେ ମୋ ଶତ ନମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract