STORYMIRROR

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

କବି, ଆଙ୍କି ଦିଅ ନବ ଛବି

କବି, ଆଙ୍କି ଦିଅ ନବ ଛବି

1 min
229


କବିଟିଏ ଯୁଗେ ଯୁଗେ ଫୁଟାଇ ପାରିଛି ମଣିଷର

ମନକୁ ପ୍ରେମ ପ୍ରୀତି ଗୋଲାପରେ 

କବି ତ ସ୍ରଷ୍ଟା, ଚିର ବନ୍ଦନୀୟ ଏହି ପୃଥିବୀର

ବିଭିନ୍ନ ଘରର ଦ୍ୱାରେ ଦ୍ୱାରେ 


କବିଟିଏ ଯୁଗେ ଯୁଗେ ବିପ୍ଳବର ଅଗ୍ନି ଜଳାଇ 

ଦେଇଛି ତାହାରି କଲମ ମୁନେ

ହେ ସୃଷ୍ଟିକାରୀ, ନଥାଇ ପଦ ପଦବୀ, ଉଡାଇଛ 

ସାମ୍ୟ ବାଦର ପତାକା ଦିନେ


ତୁମରି ସେହି ମନର ଭାବନା ରୂପ ଦେଇ ପାରେ

ଶୋଷିତ ଆଖିର ଲୋତକକୁ

ନୀରବତା ଛାଡ, ଢ଼ାଳି ଦିଅ ତୁମେ ଆଜିର ସମାଜେ

ସଂଜୀବନୀ ମନ୍ତ୍ର, ଜାଗ୍ରତ କର ସ୍ଥାଣୂତ୍ୱକୁ 


ତେବେ କାହିଁକି ? ସବୁ ଶୁଣି କର୍ଣ୍ଣରେ ନନେଇ, ବନ୍ଦ 

କରି ଦେଇଛ ମନର ଭାବନାକୁ

ନଭରି ଛଳନା, ଛନ୍ଦ ବାକ୍ୟ ତୋଳି, ଆଙ୍କି ଦିଅ ନବ 

ଛବି, ଛାଡିବାକୁ ଗୋଲାମୀକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational