STORYMIRROR

Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

କୈବଲ୍ୟ ଓ ନିର୍ମାଲ୍ୟ

କୈବଲ୍ୟ ଓ ନିର୍ମାଲ୍ୟ

1 min
182


ସୁଖା କୈବଲ୍ୟର ନବରୂପ

ସୁଖ ଦିଏ ଦୁଃଖ ନିଏ

ପାପ ନିଏ ପୁଣ୍ୟ ଦିଏ

ଆପଣା ମଣିଷର ପାପ

ଜୀବନସାଥିର ଅଣହେଳା

ନିର୍ମାଲ୍ୟ ପାଇ

 ସବୁ ଯନ୍ତ୍ରଣା ଢ଼ୋକି ଦେଇ

ବଞ୍ଚିବାର ନବରୂପ

ଅହରହ ସଂଗ୍ରାମ ଭିତରେ

ନୀରବରେ ଚୁପଚାପ

ଅସରନ୍ତି ସ୍ବପ୍ନର ମୁଳୁଦୁଆ ଭୁଶୁଡି

ପ୍ରେମ ପ୍ରତାରଣା ବିଶୁଙ୍ଖଳା ଦଉଡି

ପୁଣି ନୂତନ ଭାବନା ସରହଦ ସଜାଡି

ନିର୍ମାଲ୍ୟ ପାଇ ଜପ ଓ ତପ

ବଞ୍ଚିବାର ସାହାରା

ମରିବାର ଇଛା ବେସାହାରା

ସବୁ ଉଡେଇ ନିଏ ନିର୍ମାଲ୍ୟ

ପାଇ କି ଦେଖଥରେ

ଭକ୍ତି ବିଶ୍ୱାସରେ ନିଶ୍ୱାସର ତଉଲ

ରାକ୍ଷୀରେ ସଞ୍ଚି ନିର୍ମାଲ୍ୟ

ପିନ୍ଧାଇବି ଭାଇକୁ ହେବ ତାର ଭଲ

ଭଉଣୀ ଭାଇ ସମ୍ପର୍କ ହିଁ ମୁଠାଏ ନିର୍ମାଲ୍ୟ

ଇତିହାସ ସାକ୍ଷୀ ଜୟ ଜୟ ରାକ୍ଷୀ

କୈବଲ୍ୟ ପସରା ଭାଇ ଭଉଣୀ ନିର୍ମାଲ୍ୟ ‌‌।


Rate this content
Log in

Similar oriya poem from Abstract