STORYMIRROR

Ashok Kumar Pradhan

Abstract

4  

Ashok Kumar Pradhan

Abstract

କୈବଲ୍ୟ ହାଟ

କୈବଲ୍ୟ ହାଟ

1 min
23.3K

ଅବଢ଼ା ଅମୃତ ମନ ପରିତୃପ୍ତ 

ମିଳଇ କୈବଲ୍ୟ ହାଟରେ, 

ପାପୀଠାରୁ ତପି ଦୁଃଖୀଠାରୁ ସୁଖୀ 

ଉଦର ଭରଇ ତୃପ୍ତରେ ll


ଗଙ୍ଗା ଯମୁନାର ସୁଗନ୍ଧିତ ଜଳେ 

ପାକ ହୁଏ ପାକଶାଳାରେ, 

ବିମଳାଙ୍କଠାରେ ଲାଗି ହେବା ପରେ 

ମିଳଇ ଆନନ୍ଦ ବଜାରେ ll


ମାଟି କୁଡ଼ୁଆରେ ବାମ୍ଫେ ସିଦ୍ଧ ହୁଏ

ସୁପକାର ସହାୟତାରେ, 

ଷାଠିଏ ପଉଟି ଭୋଗ ରନ୍ଧା ହୁଏ 

ନିତି ରୋଷଶାଳା ବେଢ଼ାରେ ll


ଜାତି ଗୋତ୍ର ବାଛ ବିଚାର ନ ଥାଏ 

ଆନନ୍ଦ ବଜାର ହାଟରେ, 

ଚାଣ୍ଡାଳଠାରୁ ବ୍ରାହ୍ମଣ ଖାଇ 

ମୁଣ୍ଡେ ହାତମାରେ ପ୍ରୀତରେ ll


ଅମୃତର ସ୍ଵାଦ ବାସ ମହମହ

ଶମିତ ଉଦର ଜ୍ଵାଳାରେ, 

ଦୁଃଖୀ ପେଟ ଭୋକ କାଳିଆ ବୁଝେଟି 

ହାଟ ସବୁ ଦିନ ଖୋଲାରେ ll


ନାନା ବିଧ ଖାଦ୍ୟ ଖେଚୁଡ଼ି ବେସର 

ମହୁର ରାଇତା ଶାଗ, 

ବଡଖିଆ ନାମେ ଜଗତଖ୍ୟାତ ଯେ 

ଷାଠିଏ ପଉଟି ଭୋଗ ll


ପିଠା ଅଟକାଳି ଅମାଲୁ ପାଚେଡି 

ଏଣ୍ଡୁରି ମିଠା କାକରା, 

ତିନି ଭୁବନରେ ଦେଖିଛ କି କେହି 

କୈବଲ୍ୟେ ଲାଗେ ଯାତରା ll


ବଡ ଦିଅଁ ବଡ ଦେଉଳ ଖ୍ୟାତ 

ବଡ କୈବଲ୍ୟ ହାଟ, 

ଛାମୁ ହେ ଅକାଳେ ଭୋକିଲା ପେଟକୁ 

ଘୋଡାଇ ରଖିଥ ଘଣ୍ଟ ll


Rate this content
Log in

Similar oriya poem from Abstract