STORYMIRROR

Ajaya Mahala

Fantasy

2  

Ajaya Mahala

Fantasy

କାଠସିନ୍ଦୁକର ବନ୍ଦୀ

କାଠସିନ୍ଦୁକର ବନ୍ଦୀ

1 min
14.2K


ପ୍ରେମ ସିନ୍ଦୁକରେ ବନ୍ଦୀ ବନାଇ

କାଉଁରୀ କନ୍ୟା ଗୋ ଗଲ ଚାଲି

ପ୍ରୀତି ତିମିରରେ ଅନ୍ଧ ସାଜିଲି

ନିଜ ପ୍ରତିଛବି ଭୁଲି ଗଲି

ଖୋଲିଲ କୋଲପ ଆସିଲା ଆଲୋକ

ସିନ୍ଦୁକ ମଧ୍ୟରୁ ଥିଲି ଚାହିଁ

ଆଇନାରେ ମୁହଁ ଦେଖିବା ଆଗରୁ

ଦିଶିଗଲା ମତେ ଚାନ୍ଦମୁହିଁ

ସିନ୍ଦୁକ ନୁହେଁ ସେ ପ୍ରେମ କାରାଗାର

ସ୍ବେଚ୍ଛା ବନ୍ଦୀ ମୁଁ ଆଜି ଖୁସୀ

ତୁମ ପ୍ରେମ ସିନ୍ଧୁ ଚହଲା ଢେଉରେ

କାଠ ସିନ୍ଦୁକ ମୋ ଯାଏ ଭାସି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy