କାଶତଣ୍ଡୀର ଶୋଭା
କାଶତଣ୍ଡୀର ଶୋଭା
ବିଚିତ୍ରମୟ ହେ ବିଚିତ୍ର ବିନ୍ଧାଣି
ଧନ୍ୟ ତୁମ ଚାରୁକଳା.
ନିଜ ହାତେ ପ୍ରଭୁ ସଜାଇ ପ୍ରକୃତି
କରୁଅଛ ଲୀଳାଖେଳା. ll
କେତେ ଫଳ, ଫୁଲ ସଜାଇ ଦେଇଛ
କାଶତଣ୍ଡୀ ଫୁଲ ଭଳି.
ହେଲେ କାଶତଣ୍ଡୀ ଲାଗେନି ସେବାରେ
ସୌନ୍ଦର୍ଯ୍ୟ ପଡେ ଉଛୁଳି ll
ନାହିଁ ଶୀତ ବର୍ଷା ଶରତ କାଳରେ
କାଶତଣ୍ଡୀ ହସି ଉଠେ.
କାଶତଣ୍ଡୀ ଧାରେ ଆସନ୍ତି ଭବାନୀ
ପାର୍ବଣ୍ୟର ପିଠେ ପିଠେ ll
ତୁଷାର ଗଦାର ଅପୂର୍ବ କି ଶୋଭା
ଢାଳିଛନ୍ତି ଇନ୍ଦ୍ର ଅବା.
ନିଶିର ଶିଶିର ଭଗାରୀ ତାହାର
ଝାଉଁଳାଇ ଦିଏ ଶୋଭା. ll
ସକାଳ କିରଣ ଆଭାରେ ଉଠଇ
ଧବଳ ପରକୁ ଝାଡ଼ି.
ଦୂର ମରୀଚିକା ପରି ତାର ଶୋଭା
ଭାଙ୍ଗୁଥାଏ ସେ ଲହଡି. ll
ନଈ ପଠା ଅବା ବିଲ ପ୍ରାନ୍ତରରେ
ଦୂର ଦିଗବଳୟ ସାଥେ.
ସତେ ପ୍ରିୟତମା ତୁମେ ଗୋ ତାହାର
ଚାହିଁ ବସିଅଛ ପଥେ. ll
ସକାଳ କିରଣେ ସନ୍ଧ୍ୟାର କିରଣେ
ଝଲସି ଉଠ ଗୋ ତୁମେ.
ସଦା ଶରତରେ ଆଣ କାଶତଣ୍ଡୀ
ନୂଆ ଉନ୍ମାଦନା ପ୍ରେମେ. ll
