STORYMIRROR

Padmalaya Mishra

Classics

3  

Padmalaya Mishra

Classics

କାଶତଣ୍ଡୀ

କାଶତଣ୍ଡୀ

1 min
429

ପତ୍ର ନେଇ ଆସିଛି କାଶତଣ୍ଡୀ ଫୁଲ 

ଆସୁଛନ୍ତି ମାଆ

ଦୁଃଖ ହରିବେ ପାପୀକୁ ମାରିବେ

ସୁଜନେ ହୋଇବେ ସାହା


ଶରତର ରାଣୀ କାଶତଣ୍ଡୀ କହେ

ମାଆଙ୍କୁ ଆଣୁଛି ପାଛୋଟି

ହୃଦୟ ଖୋଲି ରଖିଦିଅ ମେଲି

କହିଦିଅ ମନ କଥାଟି


ସୁନୀଳ ଆକାଶ ତଳେ କାଶତଣ୍ଡୀ

ସତେକି ଧବଳ ଚାଦର

ନଦୀ କୁଳରେ ନାଚେ ବିଭୋରେ

ମାଆଙ୍କ ସ୍ଵାଗତେ ମୟୂର


ଆସ ଆସ ମା' ସିଂହବାହିନୀ

କାଶତଣ୍ଡୀ ଫୁଲ ସମ୍ଭାରେ

ଆଧୁନିକ ମହିଷାସୁର ନିଧନ

ହେଉ ତୁମ ଅସ୍ତ୍ର ପ୍ରହାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics