କାଶତଣ୍ଡୀ ଫୁଲ
କାଶତଣ୍ଡୀ ଫୁଲ
ଶରତ ଋତୁର ଆଗମନ ହେଲେ
କାଶତଣ୍ଡୀ ଦେଖାଯାଏ
ଧଳା ଧଳା ହୋଇ ଘାସ ଫୁଲ ସତେ
ସୁନ୍ଦର ଯେ ଲାଗୁଥାଏ
ମାଆ ଦୁର୍ଗାଙ୍କର ଆଗମନ ପାଇଁ
ସତେ ଅବା ସିଏ ଆସେ
ମାଆଙ୍କୁ ସ୍ୱାଗତ ପାଇଁ ପରା ସିଏ
ନଈ ପଠାରେ ସେ ହସେ
କବି ମନେ ଭରେ ଅପୂର୍ବ ଭାବନା
ସତେ ଅବା ଧୂଆଁମୟ
ପୃଥିବୀ ପୃଷ୍ଠରେ ଶାନ୍ତି ଭରିବାକୁ
ହୋଇଛି ଯେ ଧଳାମୟ
ସତେ ଅବା କିଏ ବିଛାଡି ଦେଇଛି
ଧଳାର ଏ ଆବରଣ
ଉପରେ ମେଘର ସୁନ୍ଦରତା ଆଉ
ତଳେ ଏଇ ଆସ୍ତରଣ
ଘାସ ଫୁଲଟିଏ କି ସୁନ୍ଦର ଲାଗେ
ମନ ପୁରା ମୋହିନିଏ
ଯେତେ ଦେଖୁଥିଲେ ଫୁଲକୁ ତାହାର
ଦେଖିବାକୁ ଇଚ୍ଛା ହୁଏ
ପବନର ତଳେ ନାଚ ସିଏ କରେ
ସତେ ଅବା ଡାକୁଅଛି
ତାହାରି ଭିତରେ ହଜିଯିବା ପାଇଁ
ପାଖକୁ ସେ ଡାକୁଅଛି
ମହାନଦୀ କୂଳେ ବସି ଯେବେ ମୁହିଁ
ତାହାକୁ ଯେ ଦେଖୁଅଛି
କେଉଁ ବିଧାତା ଯେ ଗଢ଼ିଛି ଏହାକୁ
ମନେ ମୋର ଭାବୁଅଛି
ସ୍ୱର୍ଗର ବାଟିକା କିଛି ଦିନ ପାଇଁ
ପୃଥିବୀକୁ ଆସିଅଛି
ପୃଥିବୀ ପୃଷ୍ଠରେ ସୁନ୍ଦରତା ତାର
ସମସ୍ତଙ୍କୁ ଦେଖାଉଛି
ବିଚଳିତ ମନ ଦେଖିକି ତାହାକୁ
ଶାନ୍ତ ପୁରା ହେଇଯାଏ
ଦୂରୁ ଦେଖୁଥିଲେ ପବନ ସାଥେ ତ
ସୁନ୍ଦର ଯେ ଲାଗୁଥାଏ
ଶରତର ଆଗମନ ହେଲା ବୋଲି
ଦୁନିଆ ଯେ ଜାଣିଥାଏ
କାଶତଣ୍ଡୀ ଫୁଲେ ନଈ ପଠା ପୁରା
ମୁକ୍ତା ପରି ଦିଶୁଥାଏ
ଭାବନା ରାଜ୍ୟରେ ବୁଡିଯାଏ ମନ
କାଶତଣ୍ଡୀ ଫୁଲ ଦେଖି
ଆଖି ବୁଲେଇଲେ ମନ ମାନେ ନାହିଁ
ଯାଏ ତାହା ପାଖେ ଲାଖି

