STORYMIRROR

Mahendra Kumar Swain

Romance

4  

Mahendra Kumar Swain

Romance

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
543

ଶରତ ଋତୁର ଆଗମନ ହେଲେ

କାଶତଣ୍ଡୀ ଦେଖାଯାଏ

ଧଳା ଧଳା ହୋଇ ଘାସ ଫୁଲ ସତେ

ସୁନ୍ଦର ଯେ ଲାଗୁଥାଏ 


ମାଆ ଦୁର୍ଗାଙ୍କର ଆଗମନ ପାଇଁ 

ସତେ ଅବା ସିଏ ଆସେ

ମାଆଙ୍କୁ ସ୍ୱାଗତ ପାଇଁ ପରା ସିଏ

ନଈ ପଠାରେ ସେ ହସେ 


କବି ମନେ ଭରେ ଅପୂର୍ବ ଭାବନା

ସତେ ଅବା ଧୂଆଁମୟ

ପୃଥିବୀ ପୃଷ୍ଠରେ ଶାନ୍ତି ଭରିବାକୁ 

ହୋଇଛି ଯେ ଧଳାମୟ 


ସତେ ଅବା କିଏ ବିଛାଡି ଦେଇଛି

ଧଳାର ଏ ଆବରଣ

ଉପରେ ମେଘର ସୁନ୍ଦରତା ଆଉ

ତଳେ ଏଇ ଆସ୍ତରଣ 


ଘାସ ଫୁଲଟିଏ କି ସୁନ୍ଦର ଲାଗେ

ମନ ପୁରା ମୋହିନିଏ

ଯେତେ ଦେଖୁଥିଲେ ଫୁଲକୁ ତାହାର

ଦେଖିବାକୁ ଇଚ୍ଛା ହୁଏ 


ପବନର ତଳେ ନାଚ ସିଏ କରେ

ସତେ ଅବା ଡାକୁଅଛି

ତାହାରି ଭିତରେ ହଜିଯିବା ପାଇଁ

ପାଖକୁ ସେ ଡାକୁଅଛି 


ମହାନଦୀ କୂଳେ ବସି ଯେବେ ମୁହିଁ

ତାହାକୁ ଯେ ଦେଖୁଅଛି

କେଉଁ ବିଧାତା ଯେ ଗଢ଼ିଛି ଏହାକୁ

ମନେ ମୋର ଭାବୁଅଛି 


ସ୍ୱର୍ଗର ବାଟିକା କିଛି ଦିନ ପାଇଁ

ପୃଥିବୀକୁ ଆସିଅଛି

ପୃଥିବୀ ପୃଷ୍ଠରେ ସୁନ୍ଦରତା ତାର

ସମସ୍ତଙ୍କୁ ଦେଖାଉଛି 


ବିଚଳିତ ମନ ଦେଖିକି ତାହାକୁ

ଶାନ୍ତ ପୁରା ହେଇଯାଏ

ଦୂରୁ ଦେଖୁଥିଲେ ପବନ ସାଥେ ତ

ସୁନ୍ଦର ଯେ ଲାଗୁଥାଏ 


ଶରତର ଆଗମନ ହେଲା ବୋଲି 

ଦୁନିଆ ଯେ ଜାଣିଥାଏ

କାଶତଣ୍ଡୀ ଫୁଲେ ନଈ ପଠା ପୁରା

ମୁକ୍ତା ପରି ଦିଶୁଥାଏ 


ଭାବନା ରାଜ୍ୟରେ ବୁଡିଯାଏ ମନ

କାଶତଣ୍ଡୀ ଫୁଲ ଦେଖି

ଆଖି ବୁଲେଇଲେ ମନ ମାନେ ନାହିଁ

ଯାଏ ତାହା ପାଖେ ଲାଖି 



Rate this content
Log in

Similar oriya poem from Romance