STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

କାଶତଣ୍ଡି

କାଶତଣ୍ଡି

1 min
118

ଏତେ ଫୁଲ ଜାତି ଜାତି ତୁ ପ୍ରିୟ ହେଲୁ କେମିତି

ଦଣ୍ଡେ ବୁଲି ଚାହେଁ ପଥଚାରୀ

ନାହିଁ ମାଳି ନିଏ ନାହିଁ କେହି ତୋଳି ଯେମିତି

ଲାଗି ଦେବତାର ମନୋହାରୀ

ଗୁନ୍ଥେ ନାହିଁ କେହି ତତେ ନିଏନା ଚାଙ୍ଗୁଡ଼ି ସାଥେ

କବିର ନୟନତାରା ପରି

ବାସ ଥାଉ କି ନଥାଉ ମୁଣ୍ଡ ହଲାଇ ଡାକୁ ଥାଉ

ସତେକି ସତେଜତା ଭରି

ତୋ ତୁଳନା କଳନା କରିନି ଏଯାଏଁ କେହି

ଯେଣୁ ତୁ ହସୁ କିରିକିରି

ପାର୍ବଣ ଋତୁ ଆସେ ବରଷକେ ଥରେ ସତେ

ମାଆ ଦୁର୍ଗାଙ୍କୁ ଥାଉ ସ୍ମରି

କିଏ କହେ ଅପସରୀ ଅବା ମନଲୋଭା ଭାରି

ପଡୁନାହିଁ କେବେ ଲୋଟି ଝରି

ନଇପଠା ପକାଉଠା ତୋ ପାଇଁ ସବୁ ମିଠା

ପ୍ରକୃତିର ପଦ୍ମବନ ପରୀ

ଦେବତା ମୁଣ୍ଡେ ନଲାଗି ପାହାଡି କନ୍ୟା ସହଭାଗୀ

କୋଉ ଫୁଲ ତୋ ସମ ସରି

ମାଆ କଲ୍ୟାଣୀ ଦୁର୍ଗା ନବଦିନ ବ୍ୟାପି ପାର୍ବଣୀ

ହସୁ ଖିଲି ଖିଲି ଶୁଭ୍ରବସ୍ତ୍ରା ପରିଣୀତା ପରି

ମାନସପଟ ନାୟିକା ଦେଉନା କାହାକୁ କେବେ ଧୋକା

ତୋ ଜାଗାରେ ତୁ ଠିକ୍ ଠାକ୍ ଭାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract