କାର୍ଯ୍ୟ କରିବା ନଛାଡି ସ୍ୱାଭିମାନ
କାର୍ଯ୍ୟ କରିବା ନଛାଡି ସ୍ୱାଭିମାନ
ଏଇ ଜୀବନର ତରୀରେ,
କଷ୍ଟ ପଥର ଯାତ୍ରୀ ଆମେରେ ।
ତମାମ ଝଡଝଞ୍ଜାର ଭିତରେ,
କଟାଇବାକୁ ପଡେ ହସି ହସିରେ ।
ଆମ କୋମଳ ହୃଦୟ ଭିତରେ
ଦୁଃଖ ରହିଛି, ରହିବ ନିଃସନ୍ଦେହରେ ।
ସାହାସ ସହିତ ସରବ ଉତ୍ତର ଦାୟିତ୍ୱକୁ
କଷ୍ଟ ହେଉ ପଛେ ପଡେ ପାଳନ କରିବାକୁ ।
ସଂସାର ଯାତ୍ରାରେ ଅସରନ୍ତି କୋହକୁ
ଚାପି ରଖିବାକୁ ପଡେ ସମସ୍ତ ଲୁହକୁ ।
ସଂସାରରୂପୀ ନଦୀକୁ ପାରି ହେବାକୁ
ଦରକାର କିଛି ହସେଇ ପାରିବା ରଂଗକୁ ।
ସମୟ ବଡ ବଳବାନ, ପଡେ ମନେ ରଖିବାକୁ
କାର୍ଯ୍ୟ କରିଯିବା ଛାଡିବାନି ନିଜ ଅଭିମାନକୁ ।
