କାର୍ତ୍ତିକ ପୂର୍ଣ୍ଣମୀ
କାର୍ତ୍ତିକ ପୂର୍ଣ୍ଣମୀ
ମାୟା ସରୋବ ରେ ଯାଆ ମୋ ବୋଇତ
ଯା ଯା ଭାସି ଯା
ଯାଇଚି ପରା ମୋ ସାଧବ ପୁଅ ଟି
ସଂଜ ରେ ଫେରିବ ଥା ।।
କଂସା ବାସନ ଠୁ ଝାଡ଼ୁ ମୁଠା ଯାଏଁ
ଜମିଦାର ଘରେ ବନ୍ଧା
ଅଳଙ୍କାର ଶୂନ୍ୟ ପତ୍ନୀ ଦେବୀ ତାର
ଲଗୁଅଛି ଲଣ୍ଡା ଲଣ୍ଡା।।
ନାକ ଯାଏଁ ଟେକି ଦେଶୀ ନାଲି ପାଣି
ସଂଜ ରେ ଫେରିବ ଏବେ
ନିଧୂମ ଛେଚିବ ପତ୍ନୀ କୁ ତାହାର
ନିଶା ତା ଆକଣ୍ଠ ଗ୍ରାସେ ।।
ବରଡ଼ା ପତର ପରି ଥରୁ ଥିବେ
ପିଲାଏ କବାଟ କଣେ
ସାଧବ ଆଣିଛି ବୋଝ ବୋଝ ନିଶା
କିଏ ବସି ତାକୁ ଗ
ଣେ ।।
ଏମିତି ସାଧବ ବ୍ୟାପୁଥିବେ ଯଦି
ଉତ୍କଳ ହୋଇବ ଧନ୍ୟ
ଧନ ରତ୍ନ ସବୁ ବିକି ଖାଉ ଥିବେ
କାଙ୍ଗାଳ ହେବ ଜୀବନ ।।
ସାଧବାଣୀ ବସି ମୁଣ୍ଡ ପିଟେ ଘରେ
ଧନ ରତ୍ନ ନାହିଁ ଲୋଡା
ନିଶା ତୁ ଛାଡ଼ିଦେ ସାଧବ ପୁଅ ମୋ
ଭଲ ବାଟ କୁ ତୁ ଆ।।
ପୀରତି ବୋଇତ ବାହିବା ସେଦିନ
ଶାନ୍ତି ର ସରସୀ ଜଳେ
ସାଧବ ହସିଲେ ହସେ ସାଧବାଣୀ
ସଂସାରେ ଖୁସି ଊଛୁଳେ।।
ଯାଆ ଯାଆ ରେ ପୀରତି ବୋଇତ
ଯାଆ ଯା ଭାସି ଯା
ସୁଖ ଶାନ୍ତି ସବୁ ବୋଇତ ରେ ଧରି
ଆ ଆ ତୁ ଆ ।।