STORYMIRROR

Kusum Panda

Abstract

4  

Kusum Panda

Abstract

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
201


ମନର ଇଚ୍ଛାକୁ ଭାବନା ଆମର

ବଢ଼ାଇ ଦିଏ କାର୍ତ୍ତିକ

କେତେ ଭକ୍ତି ମନ ଉଜ୍ଜୀବିତ ହୁଏ

ଧରମ କରେ ଧାର୍ମିକ।


ସବୁ ମାସ ଠାରୁ ଶ୍ରେଷ୍ଠ ଧର୍ମ ମାସ

କାର୍ତ୍ତିକ ଗଣିତ ହୁଏ

ସକାଳର ସ୍ନାନ ସାରି ସମାପନ

ହରିଙ୍କୁ ଡାକନ୍ତି ପ୍ରାୟେ।


ମନ୍ଦିର ସେବାରେ ଲାଗଇ ଭକତ

ପୁଣ୍ୟ ଅରଜିବେ ଧରି

ପଞ୍ଚୁକ ପାଳନ ବ୍ରତ କରିଥାନ୍ତି

ଆମିଷ ବର୍ଜନ ଧାରୀ।


ଶରୀରକୁ ଶାନ୍ତ ରଖେ ନିରାମିଷ

ଧର୍ମକୁ ଆଗରେ ବାରି

ଧର୍ମ ପ୍ରବଚନ ଆନନ୍ଦେ ଶୁଣନ୍ତି

କର୍ମକୁ ଆଦର କରି।


କାର୍ତ୍ତିକ ପୂର୍ଣ୍ଣିମା କଥିତରେ ଅଛି

ରାସ ପୂର୍ଣ୍ଣିମା ବି କହୁ

ଆ, କା, ମା, ଵୈ ଶୁଣାଇ ବୋଇତ

ଭସାଇ ନଦୀରେ ରହୁ।


ରାଜ ରାଜେଶ୍ୱର ବେଶରେ କାଳିଆ

ସୁନ୍ଦର ଦିଶୁ ବହୁତ

ଆମ ଓଡ଼ିଶାଟି ଧର୍ମର ସଂସ୍କୃତି

ରହିଛି ରହିବ ସେତ।



Rate this content
Log in

Similar oriya poem from Abstract