STORYMIRROR

Prasanna Kumar Das

Abstract

4  

Prasanna Kumar Das

Abstract

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
232


ଆ କା ମା ବୈ ଗୁଆ ପାନ ଥୋଇ

କହୁଛୁ ଡଙ୍ଗା ଭସାଇ।

କାର୍ତ୍ତିକ ପୂର୍ଣ୍ଣିମା ପବିତ୍ର ପ୍ରଭାତେ

ନଦୀ ପୋଖରୀକୁ ଯାଇ।।

ଆଷାଢ କାର୍ତ୍ତିକ ମାର୍ଗଶୀର ପରେ

ବୈଶାଖ ମାସ ବେଳେ ।

ଉତ୍ତରା ପବନ ହୁଏ ପ୍ରବାହିତ

ଜଳ ସ୍ଥଳ ଅମ୍ବରରେ ।।

ପବନ ଝୋଙ୍କାରେ ଭାସି ବୋଇତରେ

ଓଡ଼ିଆ ପୁଅ ସେକାଳେ।

ଜାଭା ବୋର୍ଣ୍ଣିଓ ବାଲି ଦେଶେ ଯାଇ

ବେପାର ବଣିଜ କରେ ।।

ବଦଳିଛି ଯୁଗ ବଦଳି ଯାଇଛି

ଜୀବନ ଚଳଣି ରୀତି ।

ପୁରାତ୍ତନ ସ୍ମୃତି ବଞ୍ଚାଇ ରଖିଛୁ

ସମଗ୍ର ଓଡ଼ିଆ ଜାତି ।।

ଓଡ଼ିଶା ଐତିହ ଗଉରବ ଗାଥା

ଧର୍ମ ସଂସ୍କୃତି ସୁମରି ।

ବଞ୍ଚାଇ ରଖିଛୁ ଜାତି ରୀତି ପ୍ରଥା

ଉତ୍କୃଷ୍ଟ କଳା ଆଦରି ।।

ଆମ ଆର୍ଯ୍ୟାବର୍ତ୍ତେ ପବିତ୍ର ଭାରତେ

ସନାତନ ଧର୍ମ ସାର ।

ବାର ମାସେ ତେର ପୂନେଇଁ ପରବ

ଗାରିମା ଗାଏ ତାହାର।।

ଧର୍ମମାସ ନାମେ କାର୍ତ୍ତିକ ପ୍ରସିଦ୍ଧ

କାର୍ତ୍ତିକ ପୂର୍ଣ୍ଣିମା ଦିନ ।

ଧର୍ମପ୍ରାଣ ଜନ ପ୍ରାତଃ ପୂତତୀର୍ଥେ

ସ୍ନାନ କରିଦିଏ ଦାନ।।

ପିତୃ ତରପଣ କରି ପିଣ୍ଡଦାନ

କେ କରେ ଆଲୋକ ପର୍ବ।

ବାଟରେ ଘାଟରେ ପଲ୍ଲୀ ନଗରରେ

ସବୁଠାରେ ମହୋତ୍ସବ ।।

ହେବ କାଳଜୟୀ ପ୍ରାଚୀନ ସଭ୍ୟତା

ବେଦବାଣୀ ସନାତନ ।

ଯୁଗେ ଯୁଗେ ଜନ ମାନସ ପଟ୍ଟଳେ

କରି ପ୍ରେମ ଆଲୋଡ଼ନ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract