STORYMIRROR

DAMBURUDHARA BEHERA

Inspirational

2.9  

DAMBURUDHARA BEHERA

Inspirational

କାର୍ଗିଲ୍ ବିଜୟ ଦିବସ

କାର୍ଗିଲ୍ ବିଜୟ ଦିବସ

1 min
72


ଶୀର୍ଷକ - କାର୍ଗିଲ୍ ବିଜୟ ଦିବସ

(ଏହା ମୋ ନିଜସ୍ଵ ଲେଖା)

ତା -୨୬/୦୭/୨୦୨୦

ଧନ୍ୟ ବୀର ସୁତ ଧନ୍ୟ ବଳିଦାନ

ଧନ୍ୟ ତୁମ ଜନ୍ମଦାତା

କାର୍ଗିଲ ବିଜୟେ ପ୍ରାଣବଳି ଦେଇ

ରଚିଗଲ ଯୁଦ୍ଧ ଗାଥା ।।୧।।

ରାତିରେ ଆମକୁ ଶାନ୍ତିରେ ଶୁଆଇ

ରହିଅଛ ତୁମେ ଚେତା

ଜୟ ଯବାନ ହେ ସଲାମ ତୁମକୁ

ଆପେ ନଇଁ ଯାଏ ମଥା ।।୨।।

କି ଦିନ କି ରାତି କି ଶିତ କି ତାତି

ତିଳେ ବି ନ କର ଡର

ଭାରତ ମାତାକୁ ସୁରକ୍ଷା ଦେବାକୁ

ଆପ୍ରାଣ ଉଦ୍ୟମ କର ।।୩।।

ପରିବାର ଛାଡି ରହୁଛ ଦୂରରେ

ବରଫ,ପାହାଡ଼,ଚଢି

ଶତ୍ରୁର ଗୁଳିକୁ ଭ୍ରୁକ୍ଷେପ ନ କରି

ଦିଅ ଶତ ସିଂହ ରଡି ।।୪।।

ପାକିସ୍ତାନ ହେଉ ଚାଇନା ଘାତକ

ଲଢ଼ୁଅଛ ବୀର ପଣେ

ଆତଙ୍କବାଦୀଙ୍କ ବନ୍ଧୁକ ବୋମାକୁ

ପଣ୍ଡ କରିଦିଅ ରଣେ ।।୫।।

ଏ ମାଟି ମାଆର ସୁରକ୍ଷା କେବଳ

ପ୍ରତିକ୍ଷଣ ତୁମ ବ୍ରତ

ଏଥି ପାଇଁ ତୁମେ ଚିର ନମସ୍ୟ ହେ

ଘେନ ଆମ ପ୍ରଣିପାତ ।।୬।।



Rate this content
Log in

Similar oriya poem from Inspirational