STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

କାନ୍ଦୁଛି ଆଜି ଗୋମାତା

କାନ୍ଦୁଛି ଆଜି ଗୋମାତା

1 min
136


ଖାଦ୍ୟ ବିନା ଆଜି ଗୋମାତା କାନ୍ଦୁଛି

ରାଜ ରାସ୍ତାର ସହରେ ।

ଚାରିଆଡେ ଆଜି ନିରାଶ ହେଉଛି

କ୍ଷୁଧା ଲୁହ ହୋଇ ଝରେ ।।

ଚାଖଣ୍ଡେ ପେଟକୁ ଦାନା ଗଣ୍ଡେ ପାଇଁ

ଅଣ୍ଡାଳୁଛି ସେ ସହରେ ।

ନାହିଁ ଆଜି ଖାଦ୍ୟ ପଚା ଆଦି ଫଳ

ତୃଣ ଡାଳ ବହୁ ଦୂରେ ।।

କେମିତି ବଞ୍ଚିବ ଭାବୁଛି ସେ ଆଜି

ନାହିଁ ତାର କେହି ସାହା ।

ତଥାପି ସଂଘର୍ଷ ଖାଦ୍ୟ ମୁଠେ ପାଇଁ

କୁହନ୍ତିନି କେହି ଆହା ।।

କି ଲାଭ ହୋଇବ କ୍ଷୁଧାରେ ମରିବ

ଗୋମାତା ବୃଷଭ ଯଦି।

ଚିତ୍ର ପୂଜା ଛାଡି ଦିଅ ଖାଦ୍ୟ ବାଢ଼ି

ବାପା ମାଆ ଭାଇ ଦିଦି ।।



Rate this content
Log in

Similar oriya poem from Inspirational