STORYMIRROR

Trushna Das

Abstract Tragedy

3  

Trushna Das

Abstract Tragedy

କାନ୍ଦୁଛି ଆଜି ଧରଣୀ ମାଆ

କାନ୍ଦୁଛି ଆଜି ଧରଣୀ ମାଆ

1 min
251

       

କାନ୍ଦୁଛି ଆଜି ଧରଣୀ ମାଆ

    ଦେଖି ତା ସନ୍ତାନମାନଙ୍କ କୀର୍ତ୍ତିନାମା

ଯୌବନ ଭୋକ ନରକୁ କରିଛି ଗ୍ରାସ

    କ୍ଷଣକ ସୁଖ ପାଇଁ ନର, ନାରୀର କରୁଛି ଧର୍ଷଣ। 


କାନ୍ଦୁଛି ଧରଣୀ ମାଆ

    ତା ସନ୍ତାନ ଆଜି ସାଜିଛନ୍ତି ପଶୁତୁଲ୍ୟ

ଭୁଲି ଯାଇଛନ୍ତି ମାନବିକତା 

    ନର ନାରୀ ଦୁହେଁ ତା ସନ୍ତାନ 

ହେଲେ ଆଜି କ୍ଷଣିକ ଖୁସି ପାଇଁ 

    ନର ପଶୁ ପରି ନାରୀକୁ ଖାଉଛି ଝୁଣି ଧର୍ଷଣ କରି।


କାନ୍ଦୁଛି ଧରଣୀ ମାଆ

     ନାରୀ ଯେ ତା ସନ୍ତାନ

ତା ଆଖି ଆଗରେ ନର କରୁଛି ନାରୀର ଧର୍ଷଣ 

     ହେଲେ ମାଆ ହୋଇ ସେ ଶୁଣୁଛି ତା ଝିଅର ଚିତ୍କାର 

ହୋଇ ଯାଇଛି ସେ ନିରୁପାୟ

     କିଛି କରି ପାରୁ ନାହିଁ ବସିଛି ସେ ହୋଇ ପଥର। 


କାନ୍ଦୁଛି ଧରଣୀ ମାଆ 

  କିଛି କରି ନ ପାରି ଆଣୁଛି ପ୍ରଳୟ

କରିବାକୁ ତା ସନ୍ତାନକୁ ସଚେତନ 

  ଯେ କୁପଥ ଛାଡି ଆପଣେଇବାକୁ ସତ୍ ପଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract