Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHITYA TARJUMAN

Tragedy

3  

SAHITYA TARJUMAN

Tragedy

କାନ୍ଦିବା ଟିକେ

କାନ୍ଦିବା ଟିକେ

1 min
214


ଚାଲ ଆଜି କାନ୍ଦିବା ଟିକେ, ଶହୀଦଙ୍କୁ ମନେ ପକାଇ, 

ଚାଲ ଆଜି କାନ୍ଦିବା ଟିକେ, ଦରିଦ୍ରଙ୍କୁ ମନେ ପକାଇ ।


ସଭ୍ୟତାର ବିକାଶ କେତେ, ମାନବ ସମାଜ କରିଛି, 

ଚାଲ ଆଜି କାନ୍ଦିବା ଟିକେ, ଦୁଷ୍କର୍ମକୁ ମନେ ପକାଇ ।


ଜୀବନକୁ ଭରସା ନାହିଁ, ଦିପହରେ ହତ୍ୟା ହେଉଛି, 

ଚାଲ ଆଜି କାନ୍ଦିବା ଟିକେ, ମୃତକଙ୍କୁ ମନେ ପକାଇ ।


ହାତ ଗୋଡ଼ ଥାଇ ବି ଯେବେ, ଅସହାୟ ମନେ କରେ ମୁଁ, 

ଚାଲ ଆଜି କାନ୍ଦିବା ଟିକେ, ଦିବ୍ୟାଙ୍ଗଙ୍କୁ ମନେ ପକାଇ ।


ଗର୍ଭ, କୋଳ, ପଣତ କାନି, ଯୋଗାଇ ଥିଲା ଯେ ନିଃସ୍ୱାର୍ଥେ, 

ଚାଲ ଆଜି କାନ୍ଦିବା ଟିକେ, ମମତାକୁ ମନେ ପକାଇ ।


କାହିଁକି ଲେଖୁଛି କବିତା, ଯଦି କିଛି ନାହିଁ ପ୍ରଭାବ, 

ଚାଲ ଆଜି କାନ୍ଦିବା ଟିକେ, ଦାୟିତ୍ୱକୁ ମନେ ପକାଇ ।



Rate this content
Log in

Similar oriya poem from Tragedy