କାନ୍ଦେ କଇଁ କଇଁ ମୋ ଜନମଭୂଇଁ
କାନ୍ଦେ କଇଁ କଇଁ ମୋ ଜନମଭୂଇଁ
କାନ୍ଦେ କଇଁ କଇଁ ମୋ ଜନମଭୂଇଁ
ସମ୍ମାନ ଭକତି କିଛି ପାଏ ନାହିଁ,
ସନ୍ତାନସନ୍ତତି ତାର ସ୍ଵାର୍ଥେ ଧାଇଁ
କରନ୍ତି ଯାହା ସବୁ ତ ତାଙ୍କ ପାଇଁ।
ଭୁଲିଯାନ୍ତି ମା'ର ସେବା ତ୍ୟାଗ ଯତ୍ନ
ଲୁହ ଲହୁ ଢ଼ାଳି କରେ ତାଙ୍କୁ ରତ୍ନ,
କେତେ ଯନ୍ତ୍ରଣାରେ ସେ ବିତାଇ ଦିନ
କେତେ କଷ୍ଟେ ଗଢ଼ି ଦେଇଛି ଜୀବନ ?
ହୋଇ ସେ ଅଜ୍ଞାନ କାର୍ଯ୍ୟ କରେ ହୀନ
ସତ୍ୟ ଅହିଂସାରେ ଦିଏ ନାହିଁ ଧ୍ୟାନ,
ହିଂସା ଦ୍ୱେଷ ଈର୍ଷାରେ ଥାଏ ତା' ମନ
କରେ ଅତ୍ୟାଚାର ଦିଏ ଅପମାନ।
ମା'ର ହୃଦୟ ବେଦନା ସେ ନ ଜାଣି
ନିଜ ଭାଇ ଭଉଣୀକୁ ଦିଏ ହାଣି,
ଧନ ପଛରେ ଧାଏଁ ସେ ପୁଣି ପୁଣି
ଅଶାନ୍ତି ଅସନ୍ତୋଷ ଦିଅଇ ଆଣି।
ବୁଝେନା କିଛି ଦେଖାଏ ଅହଂକାର
ହିଂସ୍ର ପଶୁ ପରି କରେ ବ୍ୟଭିଚାର,
ମା'ର ବୁକୁ ଫାଟି କରେ ହାହାକାର
ତା' ଅଭିଶାପେ ହୁଏ ସେ ଛାରଖାର।
ମା' ବିନା ସାହା କେ ପାଇଛି ଜଗତେ
ବଞ୍ଚେ ସେ ମା'ର ମମତା ଅମୃତେ,
ଜନନୀକୁ କଷଣ ଦିଅଇ ଯେତେ
ଦୂରବସ୍ଥା ଭୋଗୁଥାଏ ସେତେ ସେତେ।
ଦେଖି ସନ୍ତାନର ଏଇ ଅଧୋଗତି
ମାଆ ଆଖିରୁ ଲୁହ ଝରୁଛି ନିତି,
ପ୍ରଗତି ନାମରେ ହୁଅଇ ଦୁର୍ନୀତି
ସମୂହ କଲ୍ୟାଣେ ହୁଏ ବହୁ କ୍ଷତି।
ସ୍ଵାର୍ଥେ ଅନ୍ଧ ହୋଇ ପୁତ୍ର ବୁଝେ ନାହିଁ
କାନ୍ଦେ କଇଁ କଇଁ ମୋ ଜନମଭୂଇଁ,
ମା' ସବୁ ଦୁଃଖ ସହିଯାଏ ଯା' ପାଇଁ
ତା' ହୃଦୟେ ଦରଦ ଟିକିଏ କାହିଁ ?
