STORYMIRROR

Anirudha Kund

Inspirational

3  

Anirudha Kund

Inspirational

କାଳିଆ ଶ୍ରୀମୁଖ

କାଳିଆ ଶ୍ରୀମୁଖ

1 min
472


ନାମ ରସ ଟିକେ ଚାଖ ହୋ

ଆଖି ବୁଜି କରି ଦେଖ....(ଘୋଷା) 


ଆଖି ବୁଜିଦେଲେ ମନ ବୃନ୍ଦାବନେ  

   ନାଚେ କାଳିଆ ଶ୍ରୀମୁଖ

ହୃଦ କନ୍ଦରରୁ  ପାଶୋରି ଯାଏ ଲୋ

   ନିମିଷକେ ସବୁ ଦୁଃଖ ॥୧॥


ଚକା ଚକା ଆଖି ନାଲିଆ ଅଧର

   ଆଣିଦିଏ କେତେ ସୁଖ

ମନ ମନ୍ଦିର ରେ  ବାଜଇ ବଇଁଶୀ

    ଲୋଭ ନଆସଇ ପାଖ ॥୨॥

    

କପଟ ଚାତୁରୀ ମନରୁ ଉତାରି

    ମନଘୋଡାଟାକୁ ରଖ

ତୁଚ୍ଛ ଏ ସଂସାର ସମ୍ପଦ ସମ୍ଭାର

  ଛାଡ ତା' କୋମଳ କାଖ ॥୩॥


କାଳିଆ ପ୍ରେମରେ ନିଜକୁ ହଜାଇ

    କାନ୍ଦି କାନ୍ଦି ଥରେ ଦେଖ

ଲୁଣିଆ ଲୁହେ ସେ ନିଗିଡି ପଡିବ

   ଲୁହ ତ ଝରାଇ ଶିଖ ॥୪॥


Rate this content
Log in

Similar oriya poem from Inspirational